୧୨ ଜୁଲାଇ ୧୯୮୬ରେ ଜର୍ମାନୀର ଫ୍ରାଙ୍କଫୋର୍ଟରେ ଜନ୍ମ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ଏଭିଲିନ୍ ଶର୍ମା। ଆଜି ସେ ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ, ଜନ୍ମଦିନର ଠିକ ପୂର୍ବରୁ, ତାଙ୍କୁ ଏକ ଅଦ୍ଭୁତ ଉପହାର ମିଳିଛି । ଏଭିଲିନ୍ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି।
ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କୁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ୟେ ଜୱାନୀ ହେ ଦିୱାନୀ’ରେ ରଣବୀର କପୁରଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ୨୦୧୪ ମସିହାରେ ତାଙ୍କୁ ’ୟାରିୟାଁ’ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା।
ଏଭିଲିନ୍ ପ୍ରାୟ ୧୫ ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, କିନ୍ତୁ ତାଙ୍କର ଗୋଟିଏବି ଚଳଚ୍ଚିତ୍ର ହିଟ ହୋଇପାରି ନାହିଁ। ଏଥି ସହିତ ଏଭଲିନ ମଧ୍ୟ ବିବାଦର ସମ୍ମୁଖୀନ ହୋଇଛନ୍ତି। ସେ କ୍ରଞ୍ଚ ପତ୍ରିକା ପାଇଁ ଏକ ନଗ୍ନ ଫଟୋଶୁଟ କରିଥିଲେ, ଯାହା ଅନେକ ଆଲୋଡ଼ନ ସୃଷ୍ଟି କରିଥିଲା।