ପତଳା ଅଣ୍ଟା ଦେଖାଇବାକୁ ଏମିତି ଚ୍ୟାଲେଞ୍ଜ ଦେଲେ ଏହି ଅଭିନେତ୍ରୀ, ଏବେ ହେଉଛନ୍ତି ଟ୍ରୋଲ

କୁହାଯାଏ, ଚାଇନାରେ ନିଜସ୍ବ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ରହିଛି ଏବଂ ଏଠାରେ ବିଭିନ୍ନ ସ୍ତରରେ ପ୍ରତିବନ୍ଧକ ବି ରହିଛି। ମାତ୍ର ଏଥିମଧ୍ୟରେ କିଛି ଲୋକ ଅଛନ୍ତି, ଯେଉଁମାନେ ଅଜବ ଧରଣର ଚ୍ୟାଲେଞ୍ଜ କରନ୍ତି ଏବଂ ଅନ୍ୟମାନଙ୍କୁ ଏମିତି କରିବା ପାଇଁ ଚ୍ୟାଲେଞ୍ଜ ଦେଇଥାନ୍ତି।

ବର୍ତ୍ତମାନ ଚାଇନାରେ #manhuawaistchallange ଖୁବ୍‌ ଟ୍ରେଣ୍ଡ୍‌ କରୁଛି। ଏହି ଚ୍ୟାଲେଞ୍ଜରେ ଜଣେ ଅଭିନେତ୍ରୀ ନିଜର ନମନିୟତା ଓ ପତଳା ଅଣ୍ଟା ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଯେମିତି ସାପ ଗତି କରେ ସେମିତି ନମନୀୟ କରି ଦେଖାଇବାକୁ ଚାହୁଁଛନ୍ତି। ଏପରି ଚ୍ୟାଲେଞ୍ଜ ଦେଇଛନ୍ତି ଚାଇନାର ଜଣାଶୁଣା ଅଭିନେତ୍ରୀ ୟାଙ୍ଗ୍‌ ମି। ସେ ତାଙ୍କ ସୋସିଆଲ ମିଡିଆରେ ଏପରି ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ପ୍ରଥମେ ଅଭିନେତ୍ରୀଙ୍କ ଫିଟ୍‌ନେସକୁ ନେଇ ପ୍ରଶଂସା କରାଯାଉଥିଲା। ମାତ୍ର ପରେ ଏହି ପ୍ରଶଂସା ରାଗରେ ପରିଣତ ହୋଇଛି। ଲୋକେ ଅଭିନେତ୍ରୀଙ୍କୁ ଟ୍ରୋଲ କରୁଛନ୍ତି।

ପରେ ୟାଙ୍ଗ୍‌ ତାଙ୍କ ସୋସିଆଲ ଆକାଉଣ୍ଟରୁ ଏହି ଫଟୋଗୁଡ଼ିକୁ ଡିଲିଟ୍‌ କରିଦେଇଛନ୍ତି। ସେ ୟୁଜରମାନଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। କହିଛନ୍ତି, ମୁଁ ଲୋକମାନଙ୍କୁ ଏକ କଷ୍ଟସାଧ୍ୟ ଚ୍ୟାଲେଞ୍ଜ ଦେଖାଇଥିଲି। ଯାହା ଆଦୌ ଠିକ୍‌ ନୁହେଁ। ଏଣୁ ମୋତେ ସମସ୍ତେ କ୍ଷମା କରି ଦିଅନ୍ତୁ ବୋଲି ସେ କହିଛନ୍ତି।

Share