ବିବାହ ପୂର୍ବରୁ ୩ ଥର ନାଁ ବଦଳାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୭୦ରୁ ୮୦ ଦଶକ ମଧ୍ୟରେ ଅଭିନେତ୍ରୀ ରୀନା ରାୟ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ। କାରଣ ସେହି ସମୟରେ ତାଙ୍କ ଅଭିନୀତ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହେଉଥିଲା। ତଥାପି ତାଙ୍କ ବାସ୍ତବ ଜୀବନ ବହୁତ ସଂଘର୍ଷମୟ ଥିଲା। ଯଦିଓ ବୈବାହିକ ଜୀବନରେ କିଛି ସମୟ ପାଇଁ ଖୁସି ଆସିଥିଲା, ତାହା ବେଶି ଦିନ ତିଷ୍ଠି ନ ଥିଲା। ଏହି ସମସ୍ତ କାରଣ ଯୋଗୁ ରୀନା ତାଙ୍କ ନାଁ ବଦଳାଇ ଦେଇଥିଲେ। ଜାଣନ୍ତୁ ଏପରି କରିବା ପଛର କାରଣ ସମ୍ପର୍କରେ…

ତାଙ୍କର ପିଲାଦିନ ଏବଂ ଯୌବନ ସମୟ ଅନେକ ସଂଘର୍ଷରେ ବିତିଥିଲା। ରୀନା ପିଲାଦିନେ ତାଙ୍କ ପିତାଙ୍କ ସହ ବିତାଇଥିଲେ। ରୀନାଙ୍କ ପ୍ରକୃତ ନାମ ସାୟରା ଅଲ୍ଲୀ ଥିଲା। ମା’ ଶାରଦା ରାୟ ତାଙ୍କ ନାମ ରୁପା ରାୟରେ ପରିବର୍ତ୍ତନ କରିଥିଲେ। ରୀନାଙ୍କ ମା’ ଏବଂ ବାପା ଶାକିବ ଅଲ୍ଲୀଙ୍କ ମଧ୍ୟରେ ଛାଡ଼ପତ୍ର ଥିବାରୁ ଏପରି କରାଯାଇଥିଲା।

ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ହିଁ ରୀନାଙ୍କ ମା’ ପ୍ରଥମ ଥର ପାଇଁ ଝିଅର ନାମ ବଦଳାଇଥିଲେ। ଏହା ପରେ ଅଭିନେତ୍ରୀଙ୍କ ନାମ ପୁଣି ବଦଳି ଯାଇଥିଲା। ଯେତେବେଳେ ସେ ବଲିଉଡ୍‌ରେ ଏଣ୍ଟ୍ରି କଲେ ସେତେବେଳେ ତାଙ୍କ ମା’ ତାଙ୍କ ନାମ ରୁପାରୁ ରୀନାକୁ ପରିବର୍ତ୍ତନ କରିଥିଲେ।

ସେବେଠାରୁ ଲୋକମାନେ ତାଙ୍କୁ ରୀନା ରାୟ ନାମରେ ଜାଣିବା ଆରମ୍ଭ କଲେ। ଏଥିସହିତ ଯେତେବେଳେ ସେ ଫିଲ୍ମରେ ନାଁ କରିଥିଲେ ସେତେବେଳେ ଅର୍ଥାତ୍‌ ୧୯୮୩ରେ ପାକିସ୍ତାନୀ କ୍ରିକେଟର ମହସିନ୍‌ ଖାନ୍‌ଙ୍କୁ ବିବାହ କରିଥିଲେ। ବିବାହ ପରେ ରୀନା ପାକିସ୍ତାନ ଚାଲିଯାଇଥିଲେ। ସେଠାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ସେମାନଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ। ଫଳରେ ୧୯୯୦ରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।

ରୀନା ଏବଂ ଏବଂ ମହସିନ୍‌ଙ୍କର ଏକ ଝିଅ ବି ହୋଇଥିଲା। ଯାହାଙ୍କ ନାମ ‘ଜନ୍ନତ’ ଥିଲା। କିନ୍ତୁ ଛାଡ଼ପତ୍ର ପରେ ରୀନା ଝିଅକୁ ଧରି ଭାରତ ଚାଲି ଆସିଥିଲେ। ମୁମ୍ବାଇ ଆସିବା ପରେ ସେ ତାଙ୍କ ଝିଅର ନାମ ମଧ୍ୟ ବଦଳାଇ ଦେଇଥିଲେ। ବର୍ତ୍ତମାନ ତାଙ୍କ ଝିଅ ସନମ ନାଁରେ ଜଣାଶୁଣା। ମା’-ଝିଅ ମୁମ୍ବାଇରେ ଏକ ଡ୍ୟାନ୍ସ ସ୍କୁଲ ଚଳାଉଛନ୍ତି।

Share