ଆତ୍ମହତ୍ୟା କଲେ ଅଭିନେତ୍ରୀ

ତାମିଲ ଅଭିନେତ୍ରୀ ପୌଲିନା ଜେସିକା ଓରଫ ଦୀପା ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାସଭବନରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ନୋଟ ମଧ୍ୟ ଜବତ କରିଛି। ସାରା ଜୀବନ ଜଣଙ୍କୁ ପ୍ରେମ କରୁ ଥିବି ବୋଲି ନୋଟ୍‌ରେ ଲେଖାହୋଇଛି। କିନ୍ତୁ ନୋଟରେ କାହାର ନାମ ଉଲ୍ଲେଖ ନାହିଁ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୨୯ ବର୍ଷୀୟା ଦୀପା ଚେନ୍ନାଇରେ ଏକାକୀ ରହୁଥିଲେ।
ଦୀପାଙ୍କୁ ଶେଷଥର ପାଇଁ ଫିଲ୍ମ ବୈଦ୍ୟାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହ ପ୍ରେମା ମହେନ୍ଦ୍ର ମୁଖ୍ୟ ଭୂମିକାରେ ଥିଲେ। ଏହା ସହ ସେ ତାମିଲ ଥ୍ରୀଲର ଥୁପାରିଭାଲାନରେ ମଧ୍ୟ ନଜର ଆସିଥିଲେ।

Share