ରିଲିଜ୍‌ ପରେ ବି ନିଜ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତିନି ଅଭିନେତ୍ରୀ

ଫିଲ୍ମ ରିଲିଜ୍‌ ହେବା ପରେ ଷ୍ଟାର୍‌ମାନେ ନିଜ ଫିଲ୍ମ ଦେଖନ୍ତି, ହେଲେ ଏମିତି କିଛି ଷ୍ଟାର୍‌ ଅଛନ୍ତି ଯେଉଁମାନେ ନିଜ ଫିଲ୍ମ ରିଲିଜ୍‌ ହେଲେ ମଧ୍ୟ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ହଁ, ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ କିଛି ଷ୍ଟାର୍‌ ଏଭଳି ଅଛନ୍ତି। ତେବେ ସେହି ଷ୍ଟାର୍‌ କିଏ, ଆସନ୍ତୁ ଜାଣିବା…
ଅଭିନେତ୍ରୀ କରୀନା କୁପର ଲୁକ୍‌ ଏବଂ ଅଭିନୟକୁ ନେଇ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ସେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା କି, ଫିଲ୍ମ ରିଲିଜ୍‌ ହେବା ପରେ ସେ ନିଜ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ନିକଟରେ କରନ ଜୋହରଙ୍କ ଶୋ’କଫି ଓ୍ବିଥ୍‌ କରଣ’ଙ୍କ ଏକ ଏପିସୋଡରେ କରୀନା-ଅମିରଙ୍କୁ ଦେଖିବାକୁ ମିଳିଥିଲା। ସେଠାରେ କରୀନା ଏହାର ଖୁଲାସା କରିଥିଲେ । କରନ ତାଙ୍କୁ ପଚାରିଥିଲେ କି, ସେ ଲାଲ୍‌ ସିଂ ଚଡା ଦେଖିବେ କି ନାହିଁ ? ଏହା ପରେ ସେ କହିଥିଲେ, କରୀନା ତାଙ୍କ ଫିଲ୍ମ ଦେଖନ୍ତି ନାହିଁ । ଏମିତି କି ତାଙ୍କୁ କିଛି ଫରକ ପଡେ ନାହିଁ। ଫିଲ୍ମ ହିଟ୍‌ କି ଫ୍ଲପ୍‌ ହେଉ, ସେଥିପ୍ରତି ସେ ଧ୍ୟାନ ଦିଅନ୍ତି ନାହିଁ । ତେବେ କରୀନାଙ୍କ ବିଷୟରେ ଏହିଭଳି ସତ୍ୟ ଜାଣିବା ପରେ ଅମିର ଆଶ୍ଚର୍ଯ୍ୟ ହୋଇ କରିନାଙ୍କୁ ପଚାରିଥିଲେ ଯେ ତୁମେ ତୁମର କାମ ଦେଖୁନାହଁ ଏବଂ ଗର୍ବର ସହିତ ଏହା କିପରି କହୁଛ । ଏଥିରେ କରୀନା କହିଛନ୍ତି, ରିଲିଜ୍‌ ହେବାର କିଛି ଦିନ ପରେ ଦେଖେ।

Share