ହୃଦ୍‌ଘାତରେ ଚାଲିଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ତାମିଲ ଫିଲ୍ମରେ ଅଭିନୟ କରିଥିବା ମାଲାୟାଲମ ଅଭିନେତ୍ରୀ ଚିତ୍ରାଙ୍କର ଶନିବାର ସକାଳେ ହୃଦ୍‌ଘାତରେ ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ବହୁମୁଖୀ ପ୍ରତିଭା ଥିବା ଅଭିନେତ୍ରୀଙ୍କ ହଠାତ୍‌ ଦେହାନ୍ତ ହେବା ଫିଲ୍ମ ଇଣ୍ଡଷ୍ଟ୍ରିକୁ୍‌ ସ୍ତବ୍ଧ କରି ଦେଇଛି। ତାଙ୍କ ମୃତ୍ୟୁ ଖବର ପାଇ ଫିଲ୍ମ ଇଣ୍ଡଣ୍ଡ୍ରିର କଳାକାରମାନେ ଶୋକ ପ୍ରକାଶ କରିଛନ୍ତି।

ନିର୍ଦ୍ଦେଶକ କେ.ଏସ୍‌ ରବିକୁମାରଙ୍କ ‘ଚେରାନ ପାଣ୍ଡିଆନ’ ଏବଂ ପାଣ୍ଡିଆ ରାଜନଙ୍କ ‘ଗୋପାଳ ଗୋପାଳ’ରେ ଚିତ୍ରାଙ୍କ ଭୂମିକା ବେଶ୍‌ ପ୍ରଶଂସନୀୟ। ଭାଇରାଲ ହୋଇଥିବା ନାଲେନାଇ ବ୍ୟବସାୟରେ ଅଭିନୟ କରିବା ପରେ ତାଙ୍କୁ ‘ନାଲେନାଇ ଚିତ୍ରା’ ନାମରେ ନାମିତ କରାଯାଇଥିଲା। ସେ ତାଙ୍କ ପରିବାର ସହିତ ସାଲିଗ୍ରାମରେ ରହୁଥିଲେ ଏବଂ କିଛି ସିରିଏଲରେ ଅଭିନୟ କରୁଥିଲେ। ଏହି ଭେଟେରାନ ଅଭିନେତ୍ରୀ ତାମିଲ, ମାଲାୟାଲମ, କନ୍ନଡ ଏବଂ ତେଲୁଗୁ ସମେତ ଅନେକ ଦକ୍ଷିଣ ଭାରତୀୟ ଭାଷା ଫିଲ୍ମରେ ଅଭିନୟ କରିଛନ୍ତି। ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।

Share