Categories: ଫୁରସତ

କୋଟିକୋଟି ପ୍ରଶଂସକ, ବହୁ ସମ୍ପତ୍ତିର ମାଲିକ ତଥାପି ହଠାତ୍‌ ଗାଏବ ହୋଇଗଲେ ଏହି ଅଭିନେତ୍ରୀ

ଚାଇନାର ଶି ଜିନଫିଙ୍ଗ୍‌ ସରକାର ଦେଶର ଲୋକପ୍ରିୟ ଅଭିନେତ୍ରୀ ଝାଓ ଓ୍ବେଇଙ୍କୁ ରାତାରାତି ଅନ୍‌ଲାଇନ ପ୍ଲାଟ୍‌ଫର୍ମରୁ ହଟାଇ ଦେଇଛନ୍ତି। ଝାଓଙ୍କ ଫିଲ୍ମ କିମ୍ବା ତାଙ୍କ ସହିତ ଜଡ଼ିତ କୌଣସି ଅନ୍‌ଲାଇନ୍‌ କଣ୍ଟେଣ୍ଟ ବର୍ତ୍ତମାନ ଚାଇନାରେ ଆଉ ଦେଖିବାକୁ ମିଳିବ ନାହିଁ। ଚାଇନାର ପ୍ରାୟ ପ୍ରତି ଓ୍ବେବ୍‌ସାଇଟ୍‌ରୁ ଝାଓଙ୍କୁ ହଟାଇ ଦିଆଯାଇଛି।

କୋଟିପତି ତଥା ସୁନ୍ଦରୀ ଅଭିନେତ୍ରୀ ଝାଓ ଚାଇନାର ଛୋଟପରଦା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବଡ଼ ନାମ। ୪୫ ବର୍ଷୀୟା ଝାଓ ଅଭିନୟ କ୍ଷେତ୍ରରେ ଅନେକ ଆଓ୍ବାର୍ଡ ବି ପାଇଛନ୍ତି। ତାଙ୍କର କୋଟିକୋଟି ସଂଖ୍ୟାରେ ଫଲୋଅର୍ସ ଅଛନ୍ତି। ଚାଇନାରେ ସବୁଠୁ ଅଧିକ ରୋଜଗାର କରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଝାଓ ହେଉଛନ୍ତି ଜଣେ। ଚାଇନାର ସୋସିଆଲ ମିଡିଆ ଆପ୍‌ ଓ୍ବିବୋରେ ତାଙ୍କର ୮୫ ମିଲିୟନ ଫଲୋଅର୍ସ। କିନ୍ତୁ ଏସବୁ ଏବେ ଚାଇନା ହଟାଇ ଦେଇଛି। ଏବେ ଝାଓଙ୍କୁ ସର୍ଚ୍ଚ କଲେ ମଧ୍ୟ ଇଣ୍ଟରନେଟ୍‌ରେ ମିଳିବେ ନାହିଁ। ଚାଇନା ସରକାର ଝାଓଙ୍କ ସହିତ ଜଡ଼ିତ ସମସ୍ତ କଣ୍ଟେଣ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ଫଳରେ ତାଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି। କିନ୍ତୁ ଏନେଇ ଅଫିସିଆଲି କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।

Share