ମୁମ୍ବାଇ: ବଲିଉଡ୍ରୁ ହଲିଉଡ୍ ଯାଏ ନିଜର ଅଭିନୟ ମାଧ୍ୟମରେ ବାନ୍ଧି ରଖିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପିଲାବେଳୁ ଅନେକ ସଂଘର୍ଷମୟ ଜୀବନ ବିତାଇଛନ୍ତି। ତାଙ୍କର ବାପା,ମା ଆର୍ମି ଡାକ୍ତର ଥିଲେ। ଯେଉଁଥିପାଇ ସେ ଅଲଗା ଅଲଗା ସହରରେ ରହି ପାଠ ପଢିଥିଲେ। ଫଳରେ ତାଙ୍କ ପଢା ଉପରେ ବିଶେଷ ପ୍ରଭାବ ପଡିଥିଲା। ସେ ଲକ୍ଷ୍ନୌରେ ସ୍କୁଲରେ ପାଠ ପଢିବା ଆରମ୍ଭ କରିଥିଲେ। କିଛି ବର୍ଷ ପରେ ସେ ବରେଲି ଏବଂ ଆମେରିକା ପଳାଇଥିଲେ ।
ପରେ ମଧ୍ୟ ସେ ଦିଲ୍ଲୀ, ଲଦାଖ, ଚଣ୍ଡିଗଡ, ପୁଣେ ମଧ୍ୟ ଯିବାକୁ ପଡିଥିଲା। କିନ୍ତୁ ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଜିତିବା ପରେ ତାଙ୍କୁ ଅଧାରୁ କଲେଜ ଛାଡିବାକୁ ପଡିଥିଲା। ଏହା ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଆରମ୍ଭ କରିଦେଇଥିଲେ। ଯାହା ଫଳରେ ଅଧାରୁ ପାଠ ପଢା ଛାଡି ଦେଇଥିଲେ ପ୍ରିୟଙ୍କା।