ସବୁଠୁ କମ୍‌ ପାରିଶ୍ରମିକ ନିଅନ୍ତି ଏହି ଅଭିନେତ୍ରୀ !

ମୁମ୍ବାଇ: ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଗୋଟିଏ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ଦାବି କରିଥାନ୍ତି। ମାତ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଖୁବ୍‌ କମ୍‌ ଟଙ୍କା ପାରିଶ୍ରମିକ ରୂପେ ନେଇଥାନ୍ତି।

ସେଥିମଧ୍ୟରୁ ବଲିଉଡ୍‌ର ସୁନ୍ଦର ଅଭିନେତ୍ରୀ ତାରା ସୁତାରିଆ ହେଉଛନ୍ତି ଜଣେ। ସୌନ୍ଦର୍ଯ୍ୟ ପାଇଁ ବଲିଉଡ୍‌ରେ ତାଙ୍କୁ ଏକ ସୁଯୋଗ ମିଳିଥିଲା। ତାଙ୍କର ପ୍ରଥମ ଫିଲ୍ମ ଥିଲା କରଣ ଜୋହରଙ୍କ ନିର୍ଦ୍ଦେଶିତ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’। ସେ ଗୋଟିଏ ଫିଲ୍ମକୁ ମାତ୍ର ୧ କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି। ଯାହାକି ଅନ୍ୟ ଅଭିନେତ୍ରୀମାନଙ୍କ ତୁଳନାରେ ବହୁତ କମ୍‌।

Share