୧ ଡିଗ୍ରୀ ତାପମାତ୍ରାରେ ବରଫର ମଜା ନେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ପୂଜା ବାତ୍ରା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ୍‌। ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ଅଧିକାଂଶ ସମୟରେ ନିଜର ହଟ୍‌ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ସେମିତି ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ବରପାବୃତ୍ତ ସ୍ଥାନରେ ତାଙ୍କୁ ଦେଖିବାକୁ ମିଳିଛି।

ଆଜିକାଲି ପୂଜା କାଲିଫର୍ନିଆରେ ଛୁଟି କାଟୁଛନ୍ତି। ସେ ସେଠାରେ ୟୋସେମିଟ୍‌ ନ୍ୟାଶନାଲ ପାର୍କରୁ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ତୁଷାରପାତକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ଯେତେବେଳେ ତୁମେ ଜାଣିବ ଯେ ଏହି ତୁଷାରପାତ କେବଳ ତୁମ ପାଇଁ ପଡ଼ିଛି। ଯେଉଁଠି କି ୧ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। ହାଡ଼ ଥରାଇବ ଏହି ଥଣ୍ଡା।

ପୂଜା ୧୯୯୭ରେ ‘ବିଶ୍ୱବିଧାତା’ ଫିଲ୍ମ ଜରିଆରେ ବଲିଉଡ୍‌ରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହା ପରେ ସେ ‘ହସିନା ମାନ୍‌ ଯାୟେଗୀ’, ‘ଦିଲ ନେ ଫିର୍‌ ୟାଦ କିୟା’ ଏବଂ ‘କହିଁ ପ୍ୟାର୍‌ ନା ହୋ ଯାଏ’ଙ୍କ ସମେତ ୨୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଏବେ ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ସେ ଦୂରେଇ ଯାଇଛନ୍ତି।

Share