ଶୁଟିଂ ସମୟରେ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ, ହେଲେ ଦାମ୍ପତ୍ୟ ଜୀବନରେ ଉଠିଥିଲା ଝଡ଼

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ୧୯୯୮ରେ ଅରବାଜ ଖାନଙ୍କୁ ବିବାହ କରିଥିଲେ। ଏକ ବିଜ୍ଞାପନର ଶୁଟିଂ ସମୟରେ ଦୁହେଁ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ। ମାତ୍ର ତାଙ୍କ ଦାମ୍ପତ୍ୟ ଜୀବନ ଅନେକ ଦିନ ତିଷ୍ଠି ପାରି ନ ଥିଲା। ୨୦୧୭ରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ଛାଡପତ୍ର ପରେ ତାଙ୍କ ପୁଅ ଅରହାନ ଖାନଙ୍କ ହେପାଜତ ମଲାଇକା ଗ୍ରହଣ କରିଥିଲେ। ବର୍ତ୍ତମାନ ମଲାଇକା ତାଙ୍କ ପୁଅ ସହିତ ରୁହୁଛନ୍ତି। ଯେତେବେଳେ ମଲାଇକା ଏବଂ ଅରବାଜଙ୍କ ସମ୍ପର୍କରେ ବିବାଦ ଦେଖାଦେଇଥିଲା ସେତେବେଳେ ମଲାଇକା ଏବଂ ଅର୍ଜୁନ ପରସ୍ପରକୁ ଡେଟ କରୁଥିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ଅରବାଜ ଏବଂ ମଲାଇକାଙ୍କ ଅଲଗା ହେବାର କାରଣ ହେଉଛି ଅର୍ଜୁନ ବୋଲି ମଧ୍ୟ କଥା ଉଠିଥିଲା।

Share