ନବଜାତକଙ୍କୁ ଛାଡି ରାତିଅଧରେ ଡେଟ୍‌ରେ ପଳାଇଲେ ଏହି ଅଭିନେତ୍ରୀ

ଫେବୃୟାରୀ ମାସରେ ଅଭିନେତ୍ରୀ ଅନିତା ହାସନନ୍ଦାନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏ ନେଇ ଅନିତା ତାଙ୍କ ସ୍ବାମୀ ରୋହିତ ରେଡ୍ଡୀ ଚର୍ଚ୍ଚାକୁ ଆସିଥିଲେ। ସେ ତାଙ୍କ ପୁଅର ନାମ ଆରଭ ରଖିଛନ୍ତି। ତେବେ ଏହି ଦମ୍ପତି ପୁଣି ଲାଇମଲାଇଟକୁ ଆସିଛନ୍ତି । ଅନିତା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ସ୍ବାମୀ ରୋହିତଙ୍କ ସହ ନଜର ଆସିଛନ୍ତି। ରୋହିତ କହିଛନ୍ତି ଯେ, ପୁଅ ଶୋଇବା ପରେ ଦୁହେଁ ଏକ ଡେଟ୍‌ରେ ଯାଇଥିଲେ।
ଫଟୋ ସେୟାର କରିବାବେଳେ ରୋହିତ କ୍ୟାପଶନରେ ଲେଖିଛନ୍ତି, ଆରଭ ଶୋଇଛନ୍ତି। ଉଭୟ ମମି ଏବଂ ବାପା ଏକ ଡେଟରେ ଆସିଛନ୍ତି। ଏହି ଫଟୋରେ ଅନୀତା ହାଲୁକା ସବୁଜ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ଏଥି ସହିତ ରୋହିତଙ୍କୁ କଳା ଟି-ସାର୍ଟ ଏବଂ ନୀଳ ଜିନ୍ସରେ ଦେଖିବାକୁ ମିଳୁଛି।

Share