ମା’ ହେବା ପରେ ପାର୍ଟି ଦେଲେ ଏହି ଅଭିନେତ୍ରୀ

କୋଲକାତା: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ଆଜିକାଲି ମା’ ହେବା ପରେ ଚର୍ଚ୍ଚାକୁ ଆସୁଛନ୍ତି। ଗତ ଅଗଷ୍ଟ ୨୬ରେ ସେ ଇଶାନ ନାମକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହା ପରଠାରୁ ନୁସରତ ତାଙ୍କ ମାତୃତ୍ୱକୁ ଉପଭୋଗ କରିବା ସହ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି।

କିଛିଦିନ ତଳେ ସେ କୋଲକାତାର ଏକ ଇଭେଣ୍ଟରେ ନଜର ଆସିଥିଲେ। ବର୍ତ୍ତମାନ ଏହି ଅଭିନେତ୍ରୀ ଏକ ପାର୍ଟି ଦେଇଥିଲେ। ଏହି ପାର୍ଟିରେ ତାଙ୍କ ସହ ୟଶଦାସ ଗୁପ୍ତା ମଧ୍ୟ ନଜର ଆସିଥିଲେ।
ନୁସରତ ଏବଂ ୟଶଙ୍କୁ ଏକ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଥିଲା। ଏହି ସମୟରେ ନୁସରତଙ୍କ କିଛି ବନ୍ଧୁ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଅଭିନେତ୍ରୀଙ୍କ ଏହି ପାର୍ଟି ଫଟୋ ଉଷୋଶୀ ସେନ ଗୁପ୍ତା ନାମକ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏହି ଫଟୋରେ ପୂର୍ବପରି ନୁସରତ ସୁନ୍ଦର ଏବଂ ଗ୍ଲାମରସ ଦେଖାଯାଉଛନ୍ତି। ପାର୍ଟିରେ ସେ ଏକ କଳା ଟପ୍‌ ଏବଂ ଧଳା-କଳା ସ୍କର୍ଟ ପିନ୍ଧିଛନ୍ତି। ୟଶ ମଧ୍ୟ ନୀଳ ରଙ୍ଗର ଟି-ଶର୍ଟ ଏବଂ ଡେନିମ ଜିନ୍ସ ପିନ୍ଧିଥିଲେ। ଉଭୟ ଫଟୋରେ ଏକାଠି ବହୁତ ଖୁସି ଦେଖାଯାଉଛନ୍ତି।

ଯେବେଠାରୁ ନୁସରତ ଗର୍ଭବତୀ ହେବାର ଖବର ଆସିଲା, ଲୋକମାନେ ଅଭିନେତ୍ରୀଙ୍କ ସନ୍ତାନର ପିତାଙ୍କ ନାମ ଜାଣିବାକୁ ଉତ୍ସାହିତ ହୋଇଥିଲେ। ବର୍ତ୍ତମାନ ଇଶାନଙ୍କ ଜନ୍ମ ପ୍ରମାଣପତ୍ର ଭାଇରାଲ ହେଉଛି। ଯେଉଁଥିରେ ତାଙ୍କ ପିତାଙ୍କ ନାମ ୟଶଦାସ ଗୁପ୍ତାଙ୍କ ନାମ ଲେଖାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଇଶାନଙ୍କ ପିତା ହେଉଛନ୍ତି ୟଶ।

Share