କରୋନାରୁ ବଞ୍ଚିବା ପାଇଁ ଏମିତି ଟିପ୍ସ ଦେଲେ ଏହି ଅଭିନେତ୍ରୀ

ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ଆଜିକାଲି ଲୋକେ ସୁସ୍ଥ ରହିବା ପାଇଁ ସଚେତନ ରହିବା ଜରୁରୀ ଅଟେ। ଏହି ପରିପ୍ରେକ୍ଷୀରେ ବଲିଉଡ୍‌ ଅଭିନେତ୍ରୀ କାଜଲ କରୋନାରୁ ବଞ୍ଚିବା ପାଇଁ ହେଲେ ୫ ଉପାୟ ବିଷୟରେ କହିଛନ୍ତି। କାଜଲ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଲୋକଙ୍କୁ ସଚେତନ କରାଇଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି।

କାଜଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ଗାଡ଼ିରେ ବସିଥିବା ନଜର ଆସିଛନ୍ତି। ଫଟୋରେ କାଜଲ ଏକ ସୂଚନା ଦେଇଛନ୍ତି। ଯାହାକି କରୋନା ସଂକ୍ରମଣରୁ କେମିତି ବଞ୍ଚିବ ସେନେଇ କହିଛନ୍ତି।

୧- ନିଜ ହାତ ଭିତରେ ରଖ
୨- ଖିଡିକି ଉପରେ କର
୩- କାର୍‌କୁ ଚଲାଅ
୪- ଘରକୁ ଯାଅ
୫-ବାହାରକୁ ଆଦୌ ବାହର ନାହିଁ

କାଜଲଙ୍କ ଏହି ଉପଦେଶ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ଜଣେ ୟୁଜର ଲେଖିଛନ୍ତି ଆଜିର ସମୟରେ ଏହି ଉପଦେଶ ବହୁ ଜରୁରୀ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଆପଣଙ୍କ ଉପାୟ ପସନ୍ଦ ଆସିଲା।

Share