ସ୍ବାମୀଙ୍କ ମୃତ୍ୟୁ ପରେ ମନ୍ଦିରରେ ବିବାହ କରିଥିଲେ ଏହି ଅଭିନେତ୍ରୀ: ପରେ ଦ୍ୱିତୀୟ ସ୍ବାମୀଙ୍କ ବିରୋଧରେ ଆଣିଥିଲେ ଶାରୀରିକ, ମାନସିକ ନିର୍ଯାତନା ଅଭିଯୋଗ

ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ବିଦ୍ୟା ସିହ୍ନା ଅନ୍ୟତମ। ତେବେ ନଭେମ୍ବର ୧୫ ତାରିଖ ଅର୍ଥାତ ଆଜି ବିଦ୍ୟାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ସମ୍ପର୍କିତ କିଛି କଥା। ସେ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ଏହାସହ ବିଦ୍ୟା ବହୁତ କମ ବୟସରୁ ବଡ଼ କଳାକାରଙ୍କ ସହ କାମ କରିବା ଆରମ୍ଭ କରିଥିଲେ।ବିଦ୍ୟା ୧୯୪୭ ମସିହା ନଭେମ୍ବର ୧୫ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ମୁମ୍ବାଇରେ ଅଧ୍ୟୟନ କରିଥିଲେ। ବିଦ୍ୟା ୧୮ ବର୍ଷ ବୟସରେ କାମ କରିବା ଆରମ୍ଭ କରିଥିଲେ। ସେ ମଡେଲିଂରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ମିସ ବମ୍ବେ ଟାଇଟଲ ମଧ୍ୟ ଜିତିଥିଲେ। ପରେ ସେ ଫିଲ୍ମ ଆଡକୁ ଅଗ୍ରସର ହୋଇଥିଲେ। ବିଦ୍ୟା ଛୋଟୁ ବିହାରୀଙ୍କ ଫିଲ୍ମ ‘ରାଜ କାକା’ରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ।
ବିଦ୍ୟାଙ୍କ ସ୍ବାମୀ ଭେଙ୍କଟେଶ୍ୱର ଲୟର ବହୁତ ଅସୁସ୍ଥ ଥିଲେ। ୧୯୯୬ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁରେ ବିଦ୍ୟା ଭାଙ୍ଗି ପଡ଼ିଥିଲେ। ପରେ ବିଦ୍ୟା ସିଡନୀକୁ ପଳାଇଥିଲେ। ସେଠାରେ ସେ ଅଷ୍ଟ୍ରେଲୀୟ ଡାକ୍ତର ନେତାଜୀ ଭୀମ୍‌ରାଓ ସାଲୁନଙ୍କୁ ଭେଟିଥିଲେ। କିଛି ଦିନ ପରେ ଦୁହେଁ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ବିଦ୍ୟା ଖୁସି ହୋଇ ପାରିଲେ ନାହିଁ। ୨୦୦୨ ଜାନୁୟାରୀରେ ଦ୍ୱିତୀୟ ସ୍ବାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଥିଲେ। ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ଗତ ବର୍ଷ ୧୫ ଅଗଷ୍ଟରେ ୭୨ ବର୍ଷ ବୟସରେ ବିଦ୍ୟାଙ୍କ ଦେହାନ୍ତ ହୋଇଥିଲା।

Share