ସ୍ବାମୀଙ୍କ ସହ କଫି ଡେଟ୍‌ରେ ରୋମାଣ୍ଟିକ୍‌ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ପ୍ରଶଂସକଙ୍କ ପାଇଁ ସର୍ବଦା କିଛିନା କିଛି ଫଟୋ ଭିଡିଓ ଶେୟାର କରିଥାନ୍ତି। ତେବେ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି କ୍ୟାଟ୍ରିନା ଏବଂ ଭିକି କିଛି ରୋମାଣ୍ଟିକ୍‌ ସମୟ ବିତାଉଥିବା ଫୋଟରେ ନଜର ଆସିଛି। କଫି ଡେଟ୍‌ର କିଛି ଫଟୋ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ସେ କଫି ଟେବୁଲରେ ବିକିଙ୍କ ପାଖରେ ବସିଥିବାବେଳେ ହସହସ ମୁହଁର ପୋଜ ଦେଉଛନ୍ତି। ଦ୍ୱିତୀୟ ଫଟୋରେ ଏବଂ ତୃତୀୟରେ କଫି ଏବଂ ଜଳଖିଆର ଝଲକ ଦେଖାଯାଉଛି। ଫଟୋ ଶେୟାର କରି କ୍ୟାଟ୍ରିନା କ୍ୟାପଶନରେ ଲେଖିଛନ୍ତି ‘କଫି ମର୍ଣ୍ଣିଂ ବେଷ୍ଟ। ଭିକି ମଧ୍ୟ ତାଙ୍କ ସେଇ ଫଟୋରେ ମେରୀ ଦୁନିୟା ବୋଲି କମେଣ୍ଟରେ ଲେଖିଛନ୍ତି ।

Share