ଗର୍ଭବତୀ ଥିବା ସମୟରେ ଏହି ଅଭିନେତ୍ରୀଙ୍କୁ କରିବାକୁ ପଡ଼ିଥିଲା ବଳାତ୍କାର ସିନ୍‌, ପରେ ଘଟିଲା ଏମିତି

ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ମୌସୁମୀ ଚାଟାର୍ଜୀ ଅନ୍ୟତମ। ୧୯୬୭ ମସିହାରେ ବଙ୍ଗଳା ଫିଲ୍ମ ‘ବାଲିକା ବଧୂ’ରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କର ପ୍ରକୃତ ନାମ ହେଉଛି ଇନ୍ଦିରା ଚାଟାର୍ଜୀ । ବଙ୍ଗାଳା ଫିଲ୍ମ ନିର୍ଦ୍ଦେଶକ ତରୁଣ ମଜୁମଦାର ତାଙ୍କ ମୌସୁମୀକୁ ବଦଳାଇଲେ।

ଫିଲ୍ମ ‘ରୋଟି, କପଡା ଔର୍‌ ମକାନ’ରେ ମୁଖ୍ୟ ଅଭିନେତ୍ରୀ ଭାବରେ ମୌସୁମୀ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ସହ ଏକ ବଳାତ୍କାର ସିନ୍‌ ସୁଟିଂ କରାଯାଇଥିଲା। ସେତେବେଳେ ସେ ଗର୍ଭବତୀ ଥିଲେ, ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲା। ତେଣୁ ବଳାତ୍କାର ଦୃଶ୍ୟକୁ କିପରି ଶୁଟିଂ କରିବେ ସେ ନେଇ ମୌସୁମୀ ଚିନ୍ତିତ ଥିଲେ। କିନ୍ତୁ ଏହି ଦୃଶ୍ୟ ଫାଇଁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା।

ଏହି ଦୃଶ୍ୟକୁ ଅଟା ଗୋଦାମରେ ଶୁଟିଂ କରାଯାଇଥିଲା। ତାଙ୍କୁ ଭିଲେନ ଏବଂ ଅନ୍ୟ ଗୁଣ୍ଡାମାନେ ଜବରଦସ୍ତ ଟଣାଟଣି କରିବା ସମୟରେ ତାଙ୍କ ପୂରା ଶରୀର ଉପରେ ଅଟା ପଡ଼ିଯାଇଥିଲା।

ସେ ସେତେବେଳେ ଗର୍ଭବତୀ ଥିଲି ଏବଂ ରକ୍ତସ୍ରାବ ହେବାକୁ ଲାଗିଲା। ମୋତେ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ମୁ ମୋ ପିଲା ପାଇଁ କାନ୍ଦିବାକୁ ଲାଗିଲି। ମୁଁ ଭାଗ୍ୟବାନ ଯେ ମୁଁ ପିଲାଟିକୁ ହରାଇ ନଥିଲି ।

ପ୍ରଥମ ଝିଅ ଜନ୍ମ ହେବାବେଳେ ମୌସୁମୀଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । କୁହାଯାଏ ଯେ, ସେ ଅତି ସହଜରେ କାନ୍ଦୁଥିବା ଦୃଶ୍ୟ ମଧ୍ୟ କରୁଥିଲେ ଏବଂ ଏଥିପାଇଁ ତାଙ୍କୁ ଗ୍ଲିସେରିନର ମଧ୍ୟ ଆବଶ୍ୟକତା ନ ଥିଲା ।

Share