ଏହି ଅଭିନେତ୍ରୀଙ୍କ ସହ ଚାଲିଛି ସଲମାନଙ୍କ ଲୁଚାଛପା ପ୍ରେମ

ମୁମ୍ବାଇ: ସୁନ୍ଦରୀ ନାୟିକା କ୍ୟାଟ୍ରିନା କୈଫଙ୍କ ସହ ବ୍ରେକଅପ୍‌ ପରେ ଦବଙ୍ଗ ଖାନ ସଲମାନଙ୍କ ନାମ ଆଉ ଜଣେ ମଡେଲଙ୍କ ସହ ଯୋଡ଼ା ଯାଇଛି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ରୋମାନିଆର ବିଉଟି କୁଇନ୍‌ ୟୁଲିଆ ବନ୍ତୁର। ମାତ୍ର ଏହି ଖବରକୁ ସଲମାନ କେବେ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି। କିନ୍ତୁ ୟୁଲିଆଙ୍କ ସହ ସଲମାନଙ୍କ ଲୁଚାଛପା ପ୍ରେମ ଚାଲିଥିବା ଚର୍ଚ୍ଚା ହେଉଛି। ଏପରିକି ୨୦୨୦ରେ ଲକ୍‌ଡାଉନ ସମୟରେ ସଲମାନ ୟୁଲିଆଙ୍କ ସହ ତାଙ୍କ ଫାର୍ମହାଉସରେ ରହିଥିଲେ। ଏଠାରେ ଜ୍ୟାକଲିନ ଫର୍ନାଣ୍ଡିଜ୍‌ ମଧ୍ୟ ଥିଲେ। ୟୁଲିଆଙ୍କ ସହ ସଲମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟ ନିବିଡ଼ ସମ୍ପର୍କ ରହିଛି। ତେବେ ଦେଖାଯାଉ ସଲମାନ ଏନେଇ କେବେ ମୁହଁ ଖୋଲୁଛନ୍ତି।

Share