ଲାଇମଲାଇଟ୍‌ରୁ ଦୂରେଇ ଯାଇଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୨୪ରେ ଅଭିନେତ୍ରୀ ସେଲିନା ଜେଟଲିଙ୍କ ଜନ୍ମଦିନ। ସେଲିନା ଆଜି ତାଙ୍କର ୪୦ତମ ଜନ୍ମଦିବସ ପାଳନ କରୁଛନ୍ତି। ୨୦୦୧ରେ ସେ ଫେମିନା ମିସ୍‌ ଇଣ୍ଡିଆ ଟାଇଟଲ ଜିତିଥିଲେ। ସେଲିନା ମଡେଲିଂରୁ କ୍ୟାରିୟର୍‌ ଆରମ୍ଭ କରିଥିବା ବେଳେ ବଲିଉଡରେ କିଛି ଫିଲ୍ମ ମଧ୍ୟ ପାଇଥିଲେ। ତାଙ୍କ କ୍ୟାରିୟର୍‌ କିନ୍ତୁ ଫିଲ୍ମରେ ସେତେ ସଫଳତା ପାଇ ନ ଥିଲା।

ଏହା ପରେ ୨୦୧୧ରେ ସେ ବ୍ୟବସାୟୀ ପିଟର ହାଗଙ୍କୁ ବିବାହ କରିଥିଲେ। ସେଲିନାଙ୍କର ୪ଟି ପିଲା ଅଛନ୍ତି। ୨୦୧୨ରେ ସେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ। ଏହା ପରେ ୨୦୧୭ରେ ପୁଣି ମା’ ହୋଇଥିଲେ।

ସେଲିନା ଭାରତରେ ନୁହେଁ ବରଂ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଜନ୍ମଗ୍ରହଣ କରିଥିଲେ। ସେଲିନାଙ୍କ ପିତା ବିକ୍ରମ କୁମାର ଜେଟଲି ଭାରତୀୟ ସେନାରେ ଜଣେ କର୍ଣ୍ଣେଲ ଥିଲେ। ସେଲିନାଙ୍କ ମା’ ମଧ୍ୟ ଭାରତୀୟ ସେନାରେ ନର୍ସ ଭାବରେ କାର୍ଯ୍ୟ କରିଥିଲେ। ପ୍ରଥମ ଫିଲ୍ମରେ ସେଲିନା ବିକ୍‌ନୀରେ ଅନେକ ହଟ୍‌ ଦୃଶ୍ୟ ଦେଇ ରାତାରାତି ଲାଇମ୍‌ଲାଇଟକୁ ଆସିଥିଲେ। ବିବାହ ପରେ ସେ ବଲିଉଡ୍‌ରୁ ଦୂରେଇ ଯାଇଛନ୍ତ ସତ କିନ୍ତୁ ସୋସିଆଲ ମିଡିଆରେ ଫଟୋ ଛାଡ଼ିବାକୁ ଆଦୌ ଭୁଲୁନାହାନ୍ତି।

Share