ଏହି ଅଭିନେତ୍ରୀଙ୍କ ନାମ ସହ ଅଛି ସଲ୍‌ମାନଙ୍କ କନେକ୍‌ଶନ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ ନାମ ଆଲିଆ ଥିଲା। ଡେବ୍ୟୁ ସହିତ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ।

କିଆରା ୨୦୧୪ ମସିହାରେ ଫିଲ୍ମ ‘ଫଗଲି’ ସହିତ ବଲିଉଡରେ ଡେବୂ୍ୟୁ କରିଥିଲେ। ସେତେବେଳେ ସେ ତାଙ୍କ ନାମ ଆଲିଆରୁ କିଆରା ଆଡଭାନୀରେ ପରିବର୍ତ୍ତନ କରିଥିଲେ । ତାଙ୍କ ଡେବ୍ୟୁ ସମୟରେ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିରେ ଏକ ବଡ ନାମ ହୋଇସାରିଥିଲେ। ସେ ସଲମାନ ଖାନଙ୍କ ପରାମର୍ଶରେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ଏକ ସାକ୍ଷାତକାରରେ କିଆରା କହିଥିଲେ ଯେ, ଫିଲ୍ମ ‘ଅଞ୍ଜନା ଅଞ୍ଜାନି’ରେ ପ୍ରିୟଙ୍କାଙ୍କ ଚରିତ୍ରର ନାମ କିଆରା, ଯାହା କାରଣରୁ ସେ ବହୁତ ପ୍ରଭାବିତ ହୋଇଥିଲେ।

Share