ମାଉସୀଙ୍କ ଡରରେ ପ୍ରେମିକଙ୍କୁ ଆଲମାରୀରେ ଲୁଚାଇ ରଖିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ପୁସ୍ତକ ‘ଅନ୍‌ଫିନିସ୍‌ଡ୍‌’ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ପ୍ରିୟଙ୍କା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି। ଏହି ପୁସ୍ତକରେ ସେ ତାଙ୍କ ଜୀବନର ଖଟା ମିଠା ସ୍ମୃତି ବାଣ୍ଟିଛନ୍ତି। ପ୍ରିୟଙ୍କା ବିବାହ ପୂର୍ବରୁ କିଛି ବର୍ଷ ଆମେରିକାରେ ବିତାଇଥିଲେ। ପ୍ରିୟଙ୍କା ତାଙ୍କ ମାଉସୀ ସହିତ ସେଠାରେ ରହୁଥିଲେ। ରହଣି କାଳରେ ପ୍ରିୟଙ୍କା ଆମେରିକାର ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡିଥିଲେ। ବିଶେଷ କଥା ହେଲା ସେହି ସମୟରେ ପ୍ରିୟଙ୍କା ତାଙ୍କ ସମ୍ପର୍କ ଯୋଗୁ ଏକ ବଡ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ପୁସ୍ତକ ଏହି ମଜାଳିଆ ପ୍ରେମ କାହାଣୀ କଥା ଶେୟାର କରିଛନ୍ତି ଯାହା ଆଜିକାଲି ବହୁତ ଚର୍ଚ୍ଚିତ ହୋଇଛି। ପ୍ରିୟଙ୍କା ଲେଖିଛନ୍ତି ଯେ ଯେତେବେଳେ ସେ ଦଶମ ଶ୍ରେଣୀରେ ପଢୁଥିଲେ, ସେତେବେଳେ ସେ ତାଙ୍କ ବିଦ୍ୟାଳୟରେ ବବ ନାମକ ଜଣେ ବାଳକଙ୍କୁ ଭେଟିଥିଲେ, ଯିଏ ତାଙ୍କ ହୃଦୟକୁ ଅତ୍ୟନ୍ତ ରୋମାଣ୍ଟିକ ଢଙ୍ଗରେ ଜିତିଥିଲେ। ଏପରିକି ଉଭୟ ବିବାହ ଯୋଜନା କରିଥିଲେ। ସେ ଆହୁରି ପ୍ରକାଶ କରିଛନ୍ତି ଯେ ଦିନେ ସେ ବବଙ୍କ ସହ ଟିଭି ଦେଖୁଥିଲେ, ତାଙ୍କ ମାଉସୀ ହଠାତ୍‌ ଘରକୁ ଆସିଥିଲେ। ସେତେବେଳେ ସେ ବବ୍‌ଙ୍କୁ ଆଲମାରୀ ଭିତରେ ଲୁଚାଇ ଦେଇଥିଲେ। ଏହି ଘଟଣାରେ ମାଉସୀ ସନ୍ଦେହ କରିଥିଲେ। ସେ ରାଗରେ ପ୍ରିୟଙ୍କାଙ୍କୁ ଆଲମାରୀ ଖୋଲିବାକୁ କହିଥିଲେ। ଆଲମାରୀ ଭିତରେ ବବ୍‌ଙ୍କୁ ଦେଖି ରାଗରେ ପଞ୍ଚମ ହୋଇଯାଇଥିଲେ। ଏକଥା ତାଙ୍କ ମା’ଙ୍କୁ ଫୋନ କରି ଜଣାଇଥିଲେ। ଏହି ଘଟଣା ପରେ ପ୍ରିୟଙ୍କା ଭାରତ ପଳାଇଆସିଥିଲେ।

Share