ବାତ୍ୟାରେ ଭାଙ୍ଗିଲା ଏହି ଅଭିନେତ୍ରୀଙ୍କ ଘର

ମୁମ୍ବାଇ: ମୁମ୍ବାଇରେ କିଛିଦିନ ତଳେ ବାତ୍ୟା ‘ତାଉକ୍‌ତାଏ’ ତାଣ୍ଡବ ରଚିଥିଲା। ଫଳରେ ଅନେକ ଘରଦ୍ୱାର ଭାଙ୍ଗିବା ସହ ବଡ଼ବଡ଼ ଗଛ ବି ଉପୁଡ଼ିପଡ଼ିଥିଲା। ଏହି ବାତ୍ୟା ମୁହଁରୁ ବର୍ତ୍ତିନି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତଙ୍କ ଘର। ସମୁଦ୍ରରୁ ଆସୁଥିବା ବଡ଼ ବଡ଼ ଲହଡ଼ି ଯୋଗୁ ତାଙ୍କ ଘର ଭାଙ୍ଗିଯାଇଛି। ବାତ୍ୟାରେ ତାଙ୍କର ବାଲକୋନି ଭାଙ୍ଗିଥିବା ନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ରାକ୍ଷୀ।

ରାକ୍ଷୀ କହିଛନ୍ତି, ସୋମବାର ବାତ୍ୟା ‘ତାଉକତାଏ’ ଯୋଗୁ ତାଙ୍କର ମୁମ୍ବାଇସ୍ଥିତ ବାସଭବନର ବାଲକୋନି ନଷ୍ଟ ହୋଇଯାଇଛି। ଏଥିରେ ରାକ୍ଷୀ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ସେ କହିଛନ୍ତି, ଏହି କ୍ଷତି ମୋତେ ବହୁତ କଷ୍ଟ ଦେଇଛି। ବାଲକୋନି ଛାତ ଭାଙ୍ଗିଯିବାରୁ ବାଲ୍‌ଟିରେ ପାଣି ବୋହି ବାହାର କରିବାକୁ ପଡ଼ିଥିଲା। ନୂଆ ଘର ତାଙ୍କର ଭାଙ୍ଗିଗଲା। ସେ ବହୁତ ଦୁଃଖୀ ବୋଲି ସୋସିଆଲ ମିଡିଆରେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଗଛଗୁଡ଼ିକ ଭାଙ୍ଗି ପଡ଼ିଛି। ଫଳରେ କରୋନା କାଳରେ ଅଭାବ ହେଉଥିବା ଅକ୍ସିଜେନ ଆହୁରି ଅଭାବ ପଡ଼ିବ। ସେ ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ବି କରିଛନ୍ତି।

Share