କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ଅଭିନେତ୍ରୀ

ମୁମ୍ବାଇ: ଏକ ସମୟରେ ତାମିଲ, ତେଲୁଗୁ ଏବଂ ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ନୟନତାରା। ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅନେକ କଳାକାର କାଷ୍ଟିଂ କାଉଚ୍‌ ସହିତ ସେମାନଙ୍କର ଅନୁଭୂତି ବାଣ୍ଟିଛନ୍ତି। ନିକଟରେ ନୟନତାରା ମଧ୍ୟ ତାଙ୍କର ପ୍ରଥମ ଦିନର ଅନୁଭୂତି ଶେୟାର କରିଛନ୍ତି।ସେ କହିଛନ୍ତି ତାଙ୍କୁ ଫିଲ୍ମରେ ଲିଡ ରୋଡ ବଦଳରେ ସାଲିସ କରିବାକୁ କୁହାଯାଇଥିଲା। କିନ୍ତୁ ସେ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖାନ କରିଥିଲେ। ତାଙ୍କର ଅଭିନୟ ଏବଂ ଦକ୍ଷତା ଉପରେ ବିଶ୍ବାସ ରହିଥିଲା ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ଉତ୍‌ଥାନ-ପତନ ଦେଇ ଗତି କରିଛି। ଯାହା ମୋତେ ଅନେକ ଶିକ୍ଷା ଦେଇଛି। ୧୮-୧୯ ବର୍ଷ ଇଣ୍ଡଷ୍ଟ୍ରିରେ ରହିବା ସହଜ ନୁହେଁ, କିନ୍ତୁ ଦର୍ଶକ ଏବଂ ଭଗବାନଙ୍କ ଆଶୀର୍ବାଦ ଯୋଗୁ ମୁଁ ଆଜି ଏ ଜାଗାରେ ପହଞ୍ଚି ପାରିଛି।
ନିକଟରେ ନୟନତାରା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନଙ୍କୁ ବିବାହ କରିଥିଲେ। ଆଉ କିଛି ମାସ ପରେ ଏହି ଦମ୍ପତି ସରୋଗେସି ମାଧ୍ୟମରେ ଯାଆଁଳା ଶିଶୁପୂତ୍ରର ମା’ବାପା ହୋଇଥିଲେ।

Share