ବିବାହ ବିଚ୍ଛେଦ କଥା ପଚାରିଲେ ରାଗୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ବହୁ ଚର୍ଚ୍ଚିତ ଯୋଡ଼ି ସାମନ୍ଥା ରୁଥ୍‌ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଛି। ଏନେଇ ସୋସିଆଲ ମିଡିଆରେ ଉଭୟେ ସୂଚନା ଦେଇଥିଲେ। ଏହି ଖବର ଶୁଣି ଫ୍ୟାନମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ନାଗାଙ୍କଠାରୁ ଅଲଗା ହେବା ପରେ ସାମନ୍ଥା ଏବେ ନିଜ କାମ ଉପରେ ଧ୍ୟାନ ଦେବାରେ ଲାଗିଛନ୍ତି। ସେ ଓ୍ବେବ୍‌ ସିରିଜ୍‌ ‘ଦି ଫ୍ୟାମିଲି ମ୍ୟାନ ୨’ରେ କାମ କରିଛନ୍ତି। ଏଥିରେ ତାଙ୍କୁ ବହୁ ପ୍ରଂଶସା ମିଳିଛି।
ଏକ ସାକ୍ଷାତକାରରେ ଛାଡ଼ପତ୍ରକୁ ନେଇ ସାମନ୍ଥାଙ୍କୁ ପଚାରିବାରୁ ସେ ଚିହିଁକି ଉଠିଥିଲେ। କହିଥିଲେ ‘ ଏ ସମ୍ପର୍କରେ ମୁଁ ବହୁବାର କହିସାରିଛି। ଏହା ଆଲୋଚନା କରିବା କ’ଣ ଜରୁରୀ କି? ଏବେ ମୁଁ ମୋ କାମକୁ ନେଇ ବ୍ୟସ୍ତ ରହିଛି।

Share