ଏହି ଅଭିନେତ୍ରୀ କରୋନା ଆକ୍ରାନ୍ତ, ସୋସିଆଲ ମିଡିଆରେ ଲେଖିଲେ ଏମିତି…

ମୁମ୍ବାଇ: ଶୋ’ ଅପନା ଭି ଟାଇମ୍‌ ଆଏଗା’ରେ ଆଜିକାଲି ନଜର ଆସୁଥିବା ଅଭିନେତ୍ରୀ ତନାଜ ଇରାନୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ଇନ୍‌ଷ୍ଟାଗ୍ରାମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ଯୋଗୁ ଅନ୍ୟ କେହି ସଂକ୍ରମିତ ନ ହେବାକୁ ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସେ ଲେଖିଛନ୍ତି, ମୁଁ କରୋନା ପଜିଟିଭ୍‌, ପ୍ରାର୍ଥନା କରୁଛି ମୁଁ କାହାକୁ ଯେମିତି ସଂକ୍ରମିତ ନ କରେ। ଏହା ସହ ସେ ହସୁଥିବାର ଏକ ଫଟୋ ଶେୟାର କରିଛନ୍ତି। ଏହି ପରିସ୍ଥିତିରେ ମଧ୍ୟ ସେ ସକାରାତ୍ମକ ହେବାକୁ ଚେଷ୍ଟା କରୁଛନ୍ତି। ତନାଜଙ୍କ ସ୍ବାମୀ ବଖତିଆର ଲେଖିଛନ୍ତି, ଏହା ଦୁଃଖଦାୟକ ସତ। ମାତ୍ର ତନାଜ କରୋନା ପଜିଟିଭ୍‌ ହୋଇ ମଧ୍ୟ ସକାରାତ୍ମକ ଅଛନ୍ତି। ଯେଉଁ କଳାକାରମାନେ ଶୁଟିଂରେ ଅଛନ୍ତି ସେମାନେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଯଦି କେହି ଭୁଲ ତରିକାରେ ମାସ୍କ ପିନ୍ଧୁଛନ୍ତି ତେବେ ତାଙ୍କୁ ମାର୍ଗଦର୍ଶନ କରାନ୍ତୁ।

ତନାଜ ଅନେକ ଫିଲ୍ମରେ ନଜର ଆସିଛନ୍ତି। ‘କହୋନା ପ୍ୟାର୍‌ ହୈ’, ‘ହମାରା ଦିଲ୍‌ ଆପ୍‌କେ ପାସ୍‌ ହୈ’, ‘ରହେନା ତେରେ ଦିଲ୍‌ ମେ’, ମୈ ପ୍ରେମ୍‌ କି ଦିଓ୍ବାନୀ ହୁଁ’, କୁଛ୍‌ ନା କହୋ, ୩୬ ଚାଇନା ଟାଉନ ପରି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି।

 

Share