କମ୍‌ ଫିଲ୍ମ କରି ମଧ୍ୟ କୋଟିକୋଟିର ରୋଜଗାର କରୁଛନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି। ସେ କମ୍‌ ଫିଲ୍ମ କରିଥିଲେ ସୁଦ୍ଧା କୋଟି କୋଟି ଟଙ୍କା ଆୟ କରୁଛନ୍ତି । ମୁମ୍ବାଇର ପୋଶ ଅଞ୍ଚଳରେ ବିପାଶାଙ୍କର ଦୁଇଟି ଘର ଅଛି, ଯାହାର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ। ସେଠାରେ ସେ ତାଙ୍କ ସ୍ବାମୀ କରଣ ସିଂ ଗ୍ରୋଭରଙ୍କ ସହିତ ରୁହନ୍ତି। ବିପାଶାଙ୍କର ବହୁ ମଲ୍ଟି ନ୍ୟାଶନାଲ କମ୍ପାନୀର ବିଜ୍ଞାପନ ଅଛି। ବିପାଶା ଏସବୁ ମାଧ୍ୟମରେ ରୋଜଗାର ଜାରି ରଖିଛନ୍ତି। ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରରେ ଥିବା ବିପାଶା, କରଣଙ୍କ ସହ ସମୟ ବିତାଉଛନ୍ତି।
ସେ ‘ଅଜନବି’ ପାଇଁ ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଥିଲେ। ପରେ ସେ ସୁପରହିଟ ହରର ଫିଲ୍ମ ‘ରାଜ’ (୨୦୦୨) ରେ କାମ କରିଥିଲେ। ଏହି ଫିଲ୍ମ ତାଙ୍କ କ୍ୟାରିୟରର ନୂତନ ମୋଡ଼ ନେଇଥିଲା। ପରେ ବିପାଶା ସମାନ ଧରଣର ଅନେକ ଚଳଚ୍ଚିତ୍ର କରିଥିଲେ । ଆଜି ବି ବିପାଶା ଭୂତ ଚଳଚ୍ଚିତ୍ର ପାଇଁ ପ୍ରଥମ ପସନ୍ଦ । ପୂର୍ବରୁ ଅଭିନେତା ଡିନୋ ମୋରିଆଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା, ପରେ ସେ ଜନ ଆବ୍ରାହମଙ୍କ ସହ ଦୀର୍ଘ ଦିନ ଧରି ସମ୍ପର୍କ ରଖିଥିଲେ। ପ୍ରାୟ ୯ ବର୍ଷ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। କିଛି ବର୍ଷ ପରେ, ସେ ହରମନ ବାବେଜାଙ୍କୁ ଡେଟ କରିଥିଲେ ଏବଂ ଶେଷରେ ଟିଭି ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ।

Share