ତୃତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଗାଲ ଗାଡୋଟ ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ୩୫ ବର୍ଷୀୟା ଗାଲ ଇନଷ୍ଟାଗ୍ରାମ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଫଟୋରେ, ତାଙ୍କ ସ୍ବାମୀ ଏବଂ ତାଙ୍କର ଦୁଇ ଝିଅ ଧରି ଶିଶୁ ଧରିଥିବାର ନଜର ଆସିଛନ୍ତି। ଏହି ଫଟୋକୁ ସୋସିଆଲ ମିଡିଆରେ ପସନ୍ଦ କରାଯାଉଛି। ଇନଷ୍ଟା ପୋଷ୍ଟ ଶେୟାର କରିବାବେଳେ ଗାଲ କହିଥିଲେ-ଆମେ ପୁଣି ଥରେ..। ଏହି ପୋଷ୍ଟ ପରେ ସେଲିବ୍ରିଟ ଏବଂ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି। ଗାଲ ଗର୍ଭବତୀ ଥିଲେ ମଧ୍ୟ ତାଙ୍କ ହାତରେ ଅନେକ ବଡ଼ ଫିଲ୍ମ ପ୍ରୋଜେକ୍ଟ ଅଛି। ସେ ଖୁବଶୀଘ୍ର ମିଶରର ଟୋଲେମି ରାଜ୍ୟର ଶେଷ ଶାସକ କ୍ଲିଓପାଟ୍ରାଙ୍କ ବାୟୋପିକରେ ନଜର ଆସିବେ। ଏଥିରେ କ୍ଲିଓପାଟ୍ରାଙ୍କ ଚରିତ୍ରରେ ନଜର ଆସିବେ ଗାଲ ଗାଡୋଟି। ଏନେଇ ନେଇ ସେ ବହୁତ ଖୁସିଥିବା କହିଛନ୍ତି।

Share