ପ୍ରେମିକଙ୍କ ସହ ଏମିତି ମଜା କରୁଛନ୍ତି ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଛୋଟ ପରଦାରେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜିକାଲି ସିରିୟଲ ‘ପବିତ୍ର ରିସ୍ତା’ର ସିଜନ-୨କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ଏହି ସିରିୟଲରେ ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିଲେ। ଏହା ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅଙ୍କିତା ଚର୍ଚ୍ଚାରେ ରହୁଛନ୍ତି। ସେ ଅଧିକାଂଶ ସମୟ ତାଙ୍କ ପ୍ରେମିକ ବିକି ଜୈନଙ୍କୁ ଡେଟ୍‌ କରୁଥିବା ଦେଖିବାକୁ ମିଳୁଛି। ଅଙ୍କିତା ସୋସିଆଲ ମିଡିଆ ଜରିଆରେ ବିକିଙ୍କ ସହ ପ୍ରତ୍ୟେକ କଥା ଶେୟାର କରୁଛନ୍ତି। ଅଙ୍କିତା ବିକିଙ୍କ ସହ ରୋମାଣ୍ଟିକ୍‌ ଫଟୋ ସବୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।

ଏହି ପୋଷ୍ଟରେ ସେ ଲେଖିଛନ୍ତି,‘ଆଜି ନିଜକୁ ଯେତେ ସମ୍ଭବ ବୁଡ଼ାନ୍ତୁ – ଶବ୍ଦ, ଗନ୍ଧ, ଭାବନା, ବିଜୟ ଏବଂ ଦୁଃଖ। ଏଗୁଡ଼ିକ ଆମର ଦୈନନ୍ଦିନ ଜୀବନରେ ଅଛି କିନ୍ତୁ ଆମେ ସେଗୁଡ଼ିକୁ ନେବାକୁ ଭୁଲିଯାଉ ଏବଂ ପ୍ରକୃତରେ ସେମାନଙ୍କୁ ପ୍ରଶଂସା କରୁ। ଅଙ୍କିତା ଲୋଖଣ୍ଡେଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।

Share