ବୋଲ୍ଡ ଲୁକ୍‌ରେ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ ନିଜର ଫ୍ୟାଶନ ସେନ୍ସ ଓ ଡ୍ରେସିଂ ସେନ୍ସକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ସେ କେବେ କେବେ ନିଜର ଖାସ୍‌ ଅନ୍ଦାଜରେ ନଜର ଆସନ୍ତି। ଯାହା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରେ। ତେବେ ନିକଟରେ ପୁଣି ଥରେ ସେ ତାଙ୍କର ଡ୍ରେସିଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯାହାକୁ ନେଇ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି । ଫ୍ୟାନ୍ସମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
ନିକଟରେ ମୁମ୍ବାଇରେ ଉର୍ଫି ଜାଭେଦଙ୍କୁ ଦେଖିବାକୁ ମିଳିଥିଲା। ସେଠାରେ ସେ ଏକ ବ୍ଲାକ କଲରର କ୍ରସ କଟିଂ ଡ୍ରେସ ପିନ୍ଧିଥିବା ନଜର ଆସିଥିଲେ । ଯାହା ପୁଣି ଥରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଡ୍ରେସରେ ସେ ଖୁବ ସୁନ୍ଦର ଲାଗୁଥିଲେ। ଯାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । କେହି କେହି ଏହାକୁ ପସନ୍ଦ କରୁଥିବା ବେଳେ କେହି କେହି ଏହାକୁ ନେଇ ଟ୍ରୋଲ ମଧ୍ୟ କରୁଛନ୍ତି।

Share