ଓଲଟା ଯୋଗମୁଦ୍ରା ପୋଜ୍‌ରେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବେ ଲୋକଙ୍କୁ ଫିଟ୍‌ନେସ ମନ୍ତ୍ର ଦେଉଛନ୍ତି। ଯାହାକି ସମସ୍ତଙ୍କର ଆବଶ୍ୟକ। କିଛିଦିନ ପୂର୍ବରୁ ସେ ପ୍ଲାଣ୍ଟ ବେସ୍‌ଡ ଡାଇଟ୍‌ ଆପଣାଇଥିଲେ। ତାଙ୍କ କହିବା ଅନୁଯାୟୀ, ଯେକୌଣସି ପ୍ରକାର ଆହାର ଲୋକଙ୍କ ମାଂସପେଶୀ ସୁଦୃଢ଼ ରଖିବାରେ ସାହାଯ୍ୟ କରେ। ଖାସ୍‌ ଏଥିପାଇଁ ଅଭିନେତ୍ରୀ ସାମନ୍ଥା କଠିନ ଯୋଗ କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସାମନ୍ଥା ଦଉଡ଼ି ସାହାଯ୍ୟରେ ଓହଳି ଯୋଗ କରୁଥିବା ଦେଖିବାକୁ ମିଳିଛି। ସେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସାମନ୍ଥା ଏକ ଦୌଡ଼ିରେ ଓହଳି ଓଲଟା ଯୋଗ କରୁଛନ୍ତି। ଏହି ଫଟୋରେ ସେ ଏକ ଧଳା ରଙ୍ଗର ଟପ୍‌ ଏବଂ ଗୋଲାପୀ ରଙ୍ଗର ଶର୍ଟ ପ୍ୟାଣ୍ଟ ପିନ୍ଧିଛନ୍ତି।

ସାମନ୍ଥାଙ୍କ ଏହି ପୋଷ୍ଟକୁ ଲୋକେ ବହୁ ପସନ୍ଦ କରିଛନ୍ତି। ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ବି ଦେଇଛନ୍ତି।

Share