ପ୍ରଶଂସକଙ୍କୁ ପ୍ରେମ ବିବାହ କରିଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ନାମ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତାଙ୍କ ସହ ଯୋଡ଼ି ହୋଇଥିଲେ ମଧ୍ୟ ପରେ ପ୍ରଶଂସକଙ୍କ ପ୍ରେମରେ ପଡ଼ି ଶେଷରେ ବିବାହ ବି କରିଛନ୍ତି। ଏମାନଙ୍କ ମଧ୍ୟରୁ ଶିଳ୍ପା ସେଟ୍ଟୀ ହେଉଛନ୍ତି ଅନ୍ୟତମ। ଶିଳ୍ପା ବଲିଉଡର ସୁନ୍ଦରୀଙ୍କ ମଧ୍ୟରୁ ଜଣେ। ଶିଳ୍ପା ଫିଲ୍ମ ଇଣ୍ଡଷ୍ଟ୍ରିରେ କାହାକୁ ବାହା ନ ହୋଇ ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ହାତ ଧରିଛନ୍ତି। ରାଜ୍‌ ଶିଳ୍ପାଙ୍କୁ ବହୁତ ପସନ୍ଦ କରୁଥିଲେ। ଶିଳ୍ପା ଏବଂ ରାଜ୍‌ଙ୍କ ମଧ୍ୟରେ ସାକ୍ଷାତ ଏକ ବିଜ୍‌ନେସ ଟ୍ରିପ୍‌ରେ ହୋଇଥିଲା। ଏହି ସମୟରେ ରାଜ୍‌ ଶିଳ୍ପାଙ୍କୁ ଏକ ପରଫ୍ୟୁମ୍‌ ବ୍ରାଣ୍ଡର ପ୍ରମୋଶନରେ ବହୁତ ସାହାଯ୍ୟ କରିଥିଲେ। ସେଥିପାଇଁ ରାଜ୍‌ ଶିଳ୍ପାଙ୍କ ବଡ଼ ପ୍ରଶଂସକ। ତେଣୁ ତାଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିଥିବାରୁ ସେ ଏହାକୁ ଆଦୌ ହାତଛଡ଼ା କରି ନ ଥିଲେ। ଶିଳ୍ପା ମଧ୍ୟ ରାଜଙ୍କ ସହ କଥା ହେବା ପରେ ରାଜ୍‌ ତାଙ୍କ ପାଇଁ ଉପଯୁକ୍ତ ପାତ୍ର ବୋଲି ଭାବି ନେଇଥିଲେ। ରାଜ୍‌ ପ୍ରଥମେ ଶିଳ୍ପାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏଥିରେ ରାଜି ହୋଇଯାଇଥିଲେ ଶିଳ୍ପା। ଦୁଇଜଣଙ୍କ ବିବାହ ସେତେବେଳେ ଖୁବ୍‌ ଚର୍ଚ୍ଚାରେ ଥିଲା।

Share