ମୁମ୍ବାଇ: ଦୀର୍ଘବର୍ଷ ଧରି ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ରୋହନ ଶ୍ରେଷ୍ଟା (ସେଲିବ୍ରିଟି ଫଟୋଗ୍ରାଫର)ଙ୍କ ସହ ଚର୍ଚ୍ଚା ହୋଇଆସୁଛି। ଶୁଣିବାକୁ ମିଳୁଛି ଦୁହେଁ ଏକାଠି ରହୁଛନ୍ତି। ମାତ୍ର ଶ୍ରଦ୍ଧା ରୋହନଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହୁଛନ୍ତି। ଦୁହେଁ ଏ ଖବରକୁ ଯଦିଓ ପ୍ରଶଂସକମାନଙ୍କ ସମ୍ମୁଖରେ ପ୍ରକାଶ କରିନାହାନ୍ତି ତଥାପି ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ପରି କଥା ବୋଲି ଚର୍ଚ୍ଚା ହେଉଛି।
ନିକଟରେ ରୋହନ ବରୁଣ ଧାଓ୍ବନଙ୍କୁ ତାଙ୍କ ବିବାହ ପାଇଁ ଅଭିନନ୍ଦନ ଜଣାଇଥିଲେ, ଯେଉଁଥିରେ ବରୁଣ ତାଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ମୁଁ ଆଶା କରୁଛି ତୁମେ ମଧ୍ୟ ବିବାହ ପାଇଁ ବର୍ତ୍ତମାନ ପ୍ରସ୍ତୁତ ଅଛ।