ବିଳାସପୂର୍ଣ୍ଣ କାର ଛାଡ଼ି ଅଟୋରେ ଯାଉଛନ୍ତି ଏହି ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଈଶା ଗୁପ୍ତା ଅନ୍ୟତମ। ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ। ପ୍ରାୟ ପ୍ରତିଦିନ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭୋଇରାଲ ହୁଏ। ମାତ୍ର ବର୍ତ୍ତମାନ ତାଙ୍କର ଭାଇରାଲ ହୋଇଥିବା ଭିଡିଓ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଜଣେ ଅଭିନେତ୍ରୀ ଯିଏ ନିଜର ବିଳାସପୂର୍ଣ୍ଣ କାର ଛାଡି ଅଟୋରେ ଯାତ୍ରା କରୁଛନ୍ତି। ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ ଅଟୋରେ ବସିଥିବାର ନଜର ଆସିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳୁଛି, ଈଶା ରାସ୍ତା କଡ଼ରେ ଛିିଡା ହୋଇଛନ୍ତି। ପରେ ସେ ସେଠାରୁ ଏକ ଅଟୋରେ ବସି ଚାଲିଯାଇଛନ୍ତି। ଏହି ସମୟରେ, ସେ କ୍ରପ ଟପ ଏବଂ ଜେଗନ୍ସ ପିନ୍ଧିଥିବାର ଦେଖାଯାଇଛି।

 

Share