ମାଳଦ୍ୱୀପରେ ବୟଫ୍ରେଣ୍ଡଙ୍କ ସହ ଛୁଟି ମନାଉଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ସେ କିଛି ଫଟୋ ଏବେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ସେ ମାଳଦ୍ୱୀପରେ ଛୁଟି ମନାଉଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଙ୍କ ସହ ତାଙ୍କ ବୟଫ୍ରେଣ୍ଡ ରୋହନ ଶ୍ରେଷ୍ଠ ମଧ୍ୟ ଯାଇଥିବା କୁହାଯାଉଛି।

ଶ୍ରଦ୍ଧା ସମୁଦ୍ର କୂଳରେ ଠିଆ ହୋଇଥିବା ବେଳେ ବ୍ରେକ୍‌ଫାଷ୍ଟ କରୁଥିବା ବି ନଜର ଆସିଛନ୍ତି। ଯାହା ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଶ୍ରଦ୍ଧା ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ପୁଣି ପ୍ରକୃତି ନିକଟରେ’। ଶ୍ରଦ୍ଧାଙ୍କର ଏହି ଲୁକ୍‌ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଶ୍ରଦ୍ଧାଙ୍କ ଭାଇ ଏଥିରେ କମେଣ୍ଟ ଦେଇଛନ୍ତି, ‘ସେଇଠି ରହିଯାଅ। ଶ୍ରଦ୍ଧା ଏବଂ ରୋହନ ଦୀର୍ଘଦିନ ଧରି ଡେଟ୍‌ କରୁଛନ୍ତି। ବିଧିବଦ୍ଧ ଭାବରେ ଯଦିଓ ଦୁଇଜଣ ପ୍ରକାଶ କରିନାହାନ୍ତି ମାତ୍ର ଏମାନଙ୍କ ପ୍ରେମ କାହାକୁ ଅଛପା ନାହିଁ।

ଏ ତ ଗଲା ତାଙ୍କ ବ୍ୟକ୍ତିଗତ କଥା। ଶ୍ରଦ୍ଧାଙ୍କ ଓ୍ବାର୍କଫ୍ରଣ୍ଟ କଥା ଯଦି କହିବା ତେବେ ସେ ‘ନାଗିନ’ ଏବଂ ‘ଚାଲ୍‌ବାଜ୍‌ ଇନ୍‌ ଲଣ୍ଡନ’ରେ ନଜର ଆସିବେ। ଶେଷଥର ପାଇଁ ଫିଲ୍ମ ‘ବାଗୀ-୩’ରେ ସେ ନଜର ଆସିଥିଲେ।

Share