ଲୁକ୍‌କୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ମୌନୀ ରାୟ ଆଜିକାଲି ନିଜର ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ ମୌନୀ କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଜମହଲ ସାମ୍ନାରେ ଠିଆ ହୋଇଥିବା ବେଳେ ଟ୍ରାଡିଶନାଲ ତଥା ପାରମ୍ପରିକ ଲୁକ୍‌ରେ ନଜର ଆସିଛନ୍ତି। ସେ ଶାଢ଼ି ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଛନ୍ତି। ମୌନୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେଉଛି। ତାଙ୍କର ଫଟୋକୁ ପ୍ରଶଂସକମାନେ ପସନ୍ଦ କରିବା ସହ ପ୍ରେମଭରା କମେଣ୍ଟସବୁ ଦେଉଛନ୍ତି। ମୌନୀଙ୍କ ମଡର୍ନ ଲୁକ୍‌ ହେଉ କି ଟ୍ରାଡିଶନାଲ ସେ ସବୁଥିରେ ସୁନ୍ଦର ଦେଖାଯା’ନ୍ତି। ଆଉଟ୍‌ଫିଟକୁ ମ୍ୟାଚ କରି ସେ ଇୟରିଂ ଲଗାଇଛନ୍ତି।

ଏ ତ ଗଲା ମୌନୀଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କ ଫ୍ରଣ୍ଟ କଥା ଦେଖିବା ତେବେ ସେ ଖୁବ୍‌ଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ତାଙ୍କ ସହ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ଦେଖିବାକୁ ମିଳିବ। ଏହା ପୂର୍ବରୁ ତାଙ୍କ ଓ୍ବେବ୍‌ ସିରିଜ୍‌ ‘ଲଣ୍ଡନ କନ୍‌ଫିଡେନ୍ସିଆଲ’ ରିଲିଜ ହୋଇଥିଲା। ଯେଉଁଥିରେ ତାଙ୍କୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ।

Share