ଚୁମ୍ବନକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ଠଗ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଏହି ଚର୍ଚ୍ଚା ଭିତରେ ଆଉ ଏକ ନୂଆ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସୁକେଶ ଜ୍ୟାକଲିନଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ତାଙ୍କର ଏହି ବିବାଦୀୟ ସମ୍ପର୍କ ଏବେ ଖୁବ୍‌ ଚର୍ଚ୍ଚାରେ। ଏଥିରୁ ଜ୍ୟାକଲିନ-ସୁକେଶଙ୍କ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ ବାରି ହୋଇପଡୁଛି। ଏପରିକି ଜ୍ୟାକଲିନଙ୍କ ବେକରେ ଏକ ଚୁମ୍ବନ ଦାଗ ରହିଥିବା ଫଟୋରେ ଦେଖିବାକୁ ମିଳିଛି। ଏହି ଦାଗକୁ ନେଇ ଉଭୟ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

ଫଟୋରୁ ସ୍ପଷ୍ଟ ହୋଇଛି ଯେ, ଉଭୟଙ୍କ ମଧ୍ୟରେ ଏକ ବିଶେଷ ସମ୍ପର୍କ ଅଛି। ଯଦିଓ ଜ୍ୟାକଲିନ ସୁକେଶଙ୍କ ସହ ଡେଟିଂ କରିବାକୁ ମନା କରି ଦେଇଛନ୍ତି, କିନ୍ତୁ ଏହି ଫଟୋ ଆଉ କିଛି କହୁଛି।

Share