ଏତିକି ଟଙ୍କାର ଶାଢି ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନବବଧୂ ପରି ସଜେଇ ହୋଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଉର୍ବଶୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପାରମ୍ପରିକ ଲୁକ୍‌ରେ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଏକ ଗୁଜରାଟର ପଟୋଲା ଶାଢି ପିନ୍ଧିଥିବାର ନଜର ଆସିଛନ୍ତି। ଶାଢିରେ ସେ ବହୁତ୍‌ ସୁନ୍ଦର ଦେଖାଯାଉଛନ୍ତି। ଏହି ଶାଢିର ମୂଲ୍ୟ ୫୮ ଲକ୍ଷ ରହିଛି। ଉର୍ବଶୀ ଏହି ଶାଢି ପିନ୍ଧି ଅଭିନେତା ମନୋଜ କୁମାରଙ୍କ ନାତୁଣୀ ମୁସ୍କାନଙ୍କ ମେହେନ୍ଦୀ ସେରିମନିରେ ଯୋଗ ଦେଇଥିଲେ। ଉର୍ବଶୀ ସାଧାରଣତଃ ଅଧିକ ଦାମ୍‌ର ଡ୍ରେସ୍‌ ପିନ୍ଧି ଅନେକ ସମୟରେ ଚର୍ଚ୍ଚାରେ ଥା’ନ୍ତି। ଏବେ ଉର୍ବଶୀ ଏହି ଶାଢି ପିନ୍ଧା ଫଟୋ ଭାଇରାଲ ହେବାରେ ଲାଗିଛି।

Share