ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ଫ୍ରିଡା ପିଣ୍ଟୋ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ ନିଜର ଚମତ୍କାର ଅଭିନୟ ସହିତ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଫ୍ରିଡା ପିଣ୍ଟୋ ‘ସ୍ଲୁମଡଗ ମିଲିନିୟର’ରେ ଲତିକା ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟ ପାଇଁ ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲେ। ଏହି ଫିଲ୍ମର ନାୟକ ଦେବ ପଟେଲଙ୍କ ପ୍ରେମରେ ପଡିଥିଲେ ଫ୍ରିଡା। କିନ୍ତୁ, ସେମାନଙ୍କର ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲା ନାହିଁ। ପ୍ରାୟ ୬ ବର୍ଷ ପରସ୍ପରକୁ ଡେଟ କରିବା ପରେ ଫ୍ରିଡା ଦେବ ପଟେଲଙ୍କଠାରୁ ଅଲଗା ହୋଇଥିଲେ। ଦେବଙ୍କ ସହ ବ୍ରେକଅପ ପରେ ଫ୍ରିଡା ପିଣ୍ଟୋ ରୋହନ ଆଣ୍ଟୋଙ୍କୁ ଡେଟ୍‌ କରଥିଲେ। ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଛି। ଏବେ ଦୁହେଁ ମାତାପିତା ହେବାକୁ ଯାଉଛନ୍ତି।
ନିକଟରେ ଫ୍ରିଡା ସୋସିଆଲ ମିଡିଆରେ ତାଙ୍କ ବେବି ସାୱରର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ, ଫ୍ରିଡା ଏକ ସୁନ୍ଦର ଧଳା ଗାଉନରେ ନଜର ଆସିଥିଲେ। ଫ୍ରିଡାର ଏହି ଫଟୋଗୁଡ଼ିକ ବହୁତ ପସନ୍ଦ କରାଯାଉଛି । ଫ୍ରିଡା ତାଙ୍କ ପ୍ରେମିକ ରୋହନ ଆଣ୍ଟୋଙ୍କ ସହ ମଧ୍ୟ ପୋଜ ଦେଇ ଫଟୋ ଉଠାଇଛନ୍ତି।

Share