୭ ବର୍ଷ ପରେ ପ୍ରଥମଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଆୟୁଷ୍ମାନ ଖୁରାନାଙ୍କ ଭାଇ ତଥା ଅଭିନେତା ଅପାରଶକ୍ତି ଖୁରାନାଙ୍କ ଘରକୁ ଖୁବ ଶୀଘ୍ର ନୂଆ ଅତିଥି ଆସୁଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଆକୃତି ଆହୁଜା ଗର୍ଭବତୀ ଅଛନ୍ତି। ତେବେ ଏପର୍ଯ୍ୟନ୍ତ ଅପାରଶକ୍ତିଙ୍କଠାରୁ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।
ପ୍ରଥମ ଥର ଉଭୟ ମାତାପିତା ହେବାକୁ ଯାଉଛନ୍ତି। କୁହାଯାଉଛି ଯେ, ଆକୃତି ଚଳିତ ବର୍ଷ ସେପ୍ଟେମ୍ବରରେ ଏକ ସନ୍ତାନ ଜନ୍ମ ଦେବେ। ସେପ୍ଟେମ୍ବର ୭, ୨୦୧୪ ରେ ଉଭୟ ବିବାହ କରିଥିଲେ। ଦୁହେଁ ଚଣ୍ଡିଗଡ଼ରେ ଭେଟିଥିଲେ।
ଅପାରଶକ୍ତ କ୍ୟାରିୟର ରେଡିଓ ଏବଂ ଭିଡିଓ ଜକିରୁ ଆରମ୍ଭ କରିଥିଲେ।ସେ ‘ବିଜେ’ ଭଳି ଅନେକ ଶୋ କରିଛନ୍ତି । ସେ ଅଭିନେତା ଆମୀର ଖାନଙ୍କ ଫିଲ୍ମ ସହିତ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ୨୦୧୬ ମସିହାରେ ଫିଲ୍ମ ‘ଦଙ୍ଗଲ’ରେ ତାଙ୍କୁ ପ୍ରଥମେ ଦେଖିବାକୁ ମିଳିଥିଲା ।

Share