ଟଲିଉଡ୍ ଅଭିନେତ୍ରୀ ରିଚା ଗଙ୍ଗୋପାଧ୍ୟାୟ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଏନେଇ ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ ସେ ବେବି ବମ୍ପ ସହ ନଜର ଆସିଛନ୍ତି। ରିଚା ୨୦୧୯ରେ ପିଲାଦିନର ବନ୍ଧୁ ଜୋ ଲଙ୍ଗେଲାଙ୍କୁ ବିବାହ କରିଥିଲେ। ଏହାପରେ ସେ ଫିଲ୍ମଠାରୁ ନିଜକୁ ଦୂରେଇ ରଖିଥିଲେ। ରିଚା ଜଣେ ଆମେରିକାନ ଅଭିନେତ୍ରୀ ଭାବେ ଜଣାଶୁଣା। କିନ୍ତୁ ଟଲିଉଡ୍ରୁ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ଫିଲ୍ମ ‘ଲିଡର୍’ରୁ ସେ ରୂପେଲି ପରଦାରେ ଡେବ୍ୟୁ କରିଥିଲେ। ରିଚାଙ୍କ ଫିଲ୍ମ କ୍ୟାରିୟର୍ ସେତେଟା ଲମ୍ବା ନ ଥିଲା। ଶେଷଥର ପାଇଁ ସେ ୨୦୧୩ରେ ତେଲୁଗ ଫିଲ୍ମ ‘ଭାଇ’ରେ ନଜର ଆସିଥିଲେ। ୨୦୦୭ରେ ରିଚା ମିସ୍ ଇଣ୍ଡିଆ ୟୁଏସଏ ବିଜୟୀ ହୋଇଥିଲେ।