ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତେବେ ମଝିରେ ଏଥିରୁ ବ୍ରେକ୍ ନେଇ ସେ ବୁଲିବାକୁ ଯାଇଛନ୍ତି। ୨୮ ବର୍ଷୀୟା କିଆରା ଇନଷ୍ଟାଗ୍ରାମରେ ଏକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ସେ ପାହାଡ ଉପରେ ବୁଲୁଥିବାର ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ପର୍ବତ ଉପରେ ବସି ଧ୍ୟାନ କରୁଥିବା ମଧ୍ୟ ତାଙ୍କୁ ଦେଖାଯାଇଛି। ସେ ଏହାର କ୍ୟାପସନ ଦେଇଛନ୍ତି, ଉପର ଆକାଶ, ତଳେ ପୃଥିବୀ ଏବଂ ଭିତରେ ଶାନ୍ତି। କିଆରାଙ୍କ ଏହି ଫଟୋରେ ୧୫ ଲକ୍ଷରୁ ଅଧିକ ଲାଇକ ଆସିଛି। ଫିଲ୍ମ ଫଗଲି ସହିତ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିବା କିଆରା ‘ଲକ୍ଷ୍ମୀ ବମ’ ବ୍ୟତୀତ ଚଳିତ ବର୍ଷ ପରଦାରେ ‘ଇନ୍ଦୁ କି ଜବାନୀ’ ରିଲିଜ କରିବାକୁ ଯାଉଛି।
କିଆରା ଆଡଭାନି ଏବଂ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ ‘ଲକ୍ଷ୍ମୀ ବମ’ ନଭେମ୍ବର ୯ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ତାମିଲ ହରର କମେଡି ‘ମୁନି ୨: କଞ୍ଚନା’ର ରିମେକ ଅଟେ। ଫିଲ୍ମ ‘ଲକ୍ଷ୍ମୀ ବମ’ ଓଟିଟି ପ୍ଲାଟଫର୍ମରେ ୧୨୫ କୋଟିରେ ବିକ୍ରି ହୋଇଛି।