ପ୍ରେମିକଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ହିନା ଖାନ ଆଜିକାଲି ଛୁଟିଦିନର ମଜା ନେଉଛନ୍ତି। ସେ ପୁଣି ଥରେ ମାଲଦ୍ୱୀପରେ ପହଞ୍ଚିଛନ୍ତି। ହିନା ଏକାକୀ ମାଳଦ୍ୱୀପକୁ ଯାଇ ନାହାନ୍ତି। ପ୍ରେମିକ ରକି ଜୟସୱାଲ ମଧ୍ୟ ତାଙ୍କ ସହ ଯାଇଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ଅନେକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ମଜା କରୁଥିବା ଦେଖିବାକୁ ମିଳୁଛି ।
ହିନା ଛୁଟିଦିନକୁ ବହୁତ ଭଲ ପାଆନ୍ତି। ସେ ସୋସିଆଲ ମିଡିଆରେ ନିଜର ଫଟୋ ଶେୟାର କରି ପ୍ରଶଂସକଙ୍କୁ ଛୁଟି ବିଷୟରେ ଜଣାଇଛନ୍ତି। ଏହାପୂର୍ବରୁ ସେ କିଛି ରିଲ ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ସେ ରାତିରେ ଏକ ରେଷ୍ଟୁରାଣ୍ଟରେ ରକିଙ୍କ ହାତ ଧରିଥିଲେ। ତାଙ୍କ ପାଇଁ ରକି କେତେ ସ୍ବତନ୍ତ୍ର ତାହା ତାଙ୍କ ପ୍ରଶଂସକମାନଙ୍କୁ ମଧ୍ୟ କହିଥିଲେ।

Share