ମାଳଦ୍ୱୀପରେ ଛୁଟିକାଟୁଛନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ମାଳଦ୍ୱୀପରେ ତାଙ୍କ ସାଙ୍ଗମାନଙ୍କ ସହିତ ଛୁଟି କଟାଉଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ବିକିନି ପିନ୍ଧି ନୀଳ ବେଳାଭୂମିରେ ନାଚୁଥିବାର ଦେଖିବାକୁ ମିଳିଛି। ଆଲିଆ ଗୋଲାପୀ ରଙ୍ଗର ବିକିନି ପିନ୍ଧିଛନ୍ତି।

ରବିବାର ଆଲିଆ ତାଙ୍କ ବିକିନି ପିନ୍ଧା ଫଟୋ ଶେୟାର କରି ସୋସିଆଲ ମିଡିଆରେ ହଇଚଇ ମଚାଇଥିଲେ। ଫଟୋଗୁଡ଼ିକରେ, ସେ ସମୁଦ୍ର କୂଳରେ ନାଚୁଥିବା ଦେଖିବାକୁ ମିଳିଥିଲା। ଏହି ବର୍ଷ ଆଲିଆ ଶାହିନକୁ ଦ୍ୱିତୀୟ ଥର ଯାଇଛନ୍ତି। ଏହାପୂର୍ବରୁ ସେ ନୂଆ ବର୍ଷରେ ରଣଥାମ୍ବୋର ଜାତୀୟ ଉଦ୍ୟାନ ପରିଦର୍ଶନ କରିଥିଲେ। ଏହି ଯାତ୍ରାରେ ତାଙ୍କ ମା’ ସୋନି ରାଜଦାନ, ପ୍ରେମିକ ରଣବୀର କପୁରଙ୍କ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟ ସାମିଲ ଥିଲେ।

Share