୧୦ ସେକେଣ୍ଡ ଅଭିନୟରୁ ବୋଲ୍ଡ ସିିନ୍‌ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା ଏହି ଅଭିନେତ୍ରୀଙ୍କ ଜୀବନ

ବଲିଉଡର ବୋଲ୍ଡ ଅଭିନେତ୍ରୀ ଅର୍ଚ୍ଚନା ପୁରଣ ସିଂ ଉଭୟ ଫିଲ୍ମ ଏବଂ ଟେଲିଭିଜନ ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।
ଅର୍ଚ୍ଚନା ଡେରାଡୁନ୍‌ର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେଠାରେ ସ୍କୁଲ ପଢ଼ା ସାରି ସେ ଦିଲ୍ଲୀର ଶ୍ରୀ ରାମ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। କ୍ୟାରିୟରର ନେଇ ପ୍ରଥମ ଦିନରୁ ବହୁତ ସଂଘର୍ଷ କରିଥିଲେ। ଜାଣନ୍ତୁ ତାଙ୍କ ସଂଘର୍ଷ ସହିତ ଜଡିତ କିଛି କାହାଣୀ ।
ଅର୍ଚ୍ଚନା ମଡେଲିଂ ଦୁନିଆରେ କ୍ୟାରିୟର କରିବା ପାଇଁ ଦିଲ୍ଲୀରୁ ମୁମ୍ବାଇ ଯାଇଥିଲେ। ସେ ପ୍ରଥମେ ୧୯୮୨ ମସିହାରେ ମୁମ୍ବାଇରେ ‘ନିକାହ’ ଫିଲ୍ମରେ ୧୦ ସେକେଣ୍ଡର ଚରିତ୍ରରେ ଅଭିନୟ କରିଥିଲେ। ପରେ ସେ ଅନେକ ବିଜ୍ଞାପନରେ ନଜର ଆସିଥିଲେ। ସେହି ସମୟରେ ସେ ନାସିରୁଦ୍ଦିନ ଶାହାଙ୍କ ସହ ଏକ ଫିଲ୍ମ କରିଥିଲେ। ମୁଖ୍ୟ ଅଭିନେତ୍ରୀ ଭାବେ ଡିମ୍ପଲ କାପାଡିଆ ଅଭିନୟ କରୁଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ସେ ଏହି ଫିଲ୍ମ କରିବାକୁ ମନା କରିବାରୁ ଅର୍ଚ୍ଚନା ଏଥିରେ ନଜର ଆସିଥିଲେ। ନାସିରୁଦ୍ଦିନଙ୍କ ସହ ବୋଲ୍ଡ ଦୃଶ୍ୟ ପାଇଁ ଚର୍ଚ୍ଚାକୁ ଆସିଥିଲେ । ଫିଲ୍ମଟି ହିଟ୍‌ ଥିଲା ମାତ୍ର ଅର୍ଚ୍ଚନା ଚାହୁଁଥିବା ଲୋକପ୍ରିୟତା ପାଇଲେ ନାହିଁ। ପରେ ସେ ଅନେକ ହିଟ୍‌ ଫିଲ୍ମ କରି ବୋଲ୍ଡ ସିନ୍‌ ପାଇଁ ଚର୍ଚ୍ଚାକୁ ଆସିଥିଲେ।

Share