ବିରାଟ କୋହଲିଙ୍କୁ ମନେ ମନେ ବହୁତ ଭଲ ପାଉଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରସିଦ୍ଧ ଭାରତୀୟ କ୍ରିକେଟର ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ବାମୀ ବିରାଟ କୋହଲିଙ୍କର ସାରା ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରାୟ ସମସ୍ତେ ବିରାଟ କୋହଲିଙ୍କୁ ବହୁତ ପସନ୍ଦ କରନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ନାମ ଯୋଡ଼ି ହୋଇଛି। ଏହି ଅଭିନେତ୍ରୀଙ୍କ ନାମ ମୃଣାଳ। ସେ ବଲିଉଡ୍‌ ଫିଲ୍ମ ‘ସୁପର -୩୦’, ‘ବଟଲା ହାଉସ’ ଏବଂ ‘ତୁଫାନ’ରେ କାମ କରିଛନ୍ତି।

ଏକ ସାକ୍ଷାତକାରେ ମୃଣାଳ ତାଙ୍କ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା ହୋଇଥିଲେ। ମୃଣାଳ କହିଛନ୍ତି, ସେ ପିଲାଦିନରୁ ଖେଳିବାକୁ ଭଲ ପାଆନ୍ତି। ସେ ବିଦ୍ୟାଳୟରେ କ୍ରୀଡ଼ା ସହିତ ଜଡ଼ିତ ଥିଲେ। କେବଳ ଏତିକି ନୁହେଁ, ସେ କୋହଲିଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କୁ ପାଗଳ ଭାବରେ ପ୍ରେମ କରୁଥିଲେ ବୋଲି କହିଛନ୍ତି।

ସେ କହିଛନ୍ତି, ‘ମୁଁ କ୍ରୀଡ଼ାକୁ ବହୁତ ଭଲ ପାଏ। ମୁଁ ସ୍କୁଲରେ ପଢ଼ିବା ସମୟରେ ବାସ୍କେଟ ବଲ୍‌ ଖେଳୁଥିଲି ଏବଂ କିଛି ଆଞ୍ଚଳିକ ମ୍ୟାଚର ଏକ ଅଂଶ ମଧ୍ୟ ଥିଲି। ପରେ ମୁଁ ଫୁଟବଲ ଖେଳିବା ଆରମ୍ଭ କଲି। ଯେତେବେଳେ କ୍ରୀଡ଼ା କଥା ଆସେ, ମୁଁ ସର୍ବଦା ପ୍ରସ୍ତୁତ ଥାଏ। ମୋ ଭାଇଙ୍କ ଯୋଗୁ ମୁଁ କ୍ରିକେଟକୁ ପସନ୍ଦ କରିବାରେ ଲାଗିଲି। ମୋ ଭାଇ କ୍ରିକେଟର ଜଣେ ବଡ଼ ପ୍ରଶଂସକ।

Share