ମୋଦିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ମତାମତ ଦିଅନ୍ତି। ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନାଙ୍କ ଖୋଲା ମତ ବେଳେବେଳେ ତାଙ୍କ ପାଇଁ ମଧ୍ୟ ଏକ ସମସ୍ୟା ସୃଷ୍ଟି କରେ। ନିଜ ଟୁଇଟ୍‌ ବିଷୟରେ ଅନେକ ଥର ଟ୍ରୋଲର ମଧ୍ୟ ସେ ଶିକାର ହୋଇଛନ୍ତି। ଏବେ ସେ ପୁଣି ଥରେ ଏକ ଟୁଇଟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। କଙ୍ଗନା ରାଣାୱତ ୨୦୧୪ ନିର୍ବାଚନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଟୁଇଟ କରିଛନ୍ତି। ଏହି ଟୁଇଟ୍‌ରେ ସେ ୨୦୨୪ ନିର୍ବାଚନର ଫଳାଫଳ ବିଷୟରେ ଭବିଷ୍ୟବାଣୀ କରି ସେ କହିଛନ୍ତି, ୨୦୨୪ରେ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ନରେନ୍ଦ୍ର ମୋଦି ହେବେ। କଙ୍ଗନାଙ୍କ ଟୁଇଟ୍‌କୁ କିଛି ଲୋକ ପସନ୍ଦ କରିଥିବାବେଳେ ଆଉ କିଛି ଲୋକ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ। କଙ୍ଗନାଙ୍କ ଟୱିଟରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ୟୁଜର୍ସ ଲେଖିଛନ୍ତି – କଙ୍ଗନା, ମୁଁ ତୁମର ଜଣେ ବଡ଼ ପ୍ରଶଂସକ। କିନ୍ତୁ, ଭାଜପାରେ ଏକ ନିୟମ ଅଛି ଯାହା ମୋଦି ଜୀ ନିଜେ ସ୍ଥିର କରିଛନ୍ତି। ଏହି ନିୟମ ଅନୁଯାୟୀ ୭୫ ବର୍ଷ ବୟସ ପରେ କୌଣସି ରାଜନେତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ୨୦୨୪ରେ, ମୋଦିଙ୍କୁ ମଧ୍ୟ ୭୫ରୁ ଉର୍ଦ୍ଧ୍ୱ ବୟସ ହୋଇଥିବ। ତେବେ ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ତାଙ୍କର ଦେଖାଇବା ଭଳି ବ୍ୟବହାର ପ୍ରଦର୍ଶନ ହେବ ବୋଲି ସେ କହିଛନ୍ତି।

Share