ମଦର୍ସ ଡେ’ରେ ପୁଅର ପ୍ରଥମ ଝଲକ ଦେଖାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଆଜି ସାରା ବିଶ୍ୱରେ ମାତୃ ଦିବସ ପାଳନ କରାଯାଉଛି। ମା’ଙ୍କ ପାଇଁ ଏହି ସ୍ବତନ୍ତ୍ର ଦିନଟିକୁ ଅଭିନେତ୍ରୀ କାଜଲ ଆହୁରି ସ୍ପେଶାଲ କରିଦେଇଛନ୍ତି। କାଜଲ ତାଙ୍କ ପ୍ରଶଂସକମାନଙ୍କୁ ପୁଅ ନୀଲ କିଚ୍‌ଲୁଙ୍କ ପ୍ରଥମ ଝଲକ ଦେଖାଇଛନ୍ତି। ଗତ ମାସରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଆଜିର ଦିନରେ ସୋସିଆଲ ମିଡିଆରେ ସେ ଏକ ସୁନ୍ଦର ଫଟୋ ଶେୟାର କରି ଜଣେ ମା’ ହେବା ଯେ, କେତେ ସ୍ବତନ୍ତ୍ର ସେ ସମ୍ପର୍କରେ ଲେଖିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି କାଜଲ କ୍ୟାପଶନରେ ଲେଖିଛନ୍ତି, ‘ପ୍ରିୟ ନୀଲ୍‌ ମୁଁ ଚାହେଁ ତୁମେ ମୋ ପାଇଁ  ସ୍ବତନ୍ତ୍ର ଏବଂ ଆଉ ସର୍ବଦା ସ୍ବତନ୍ତ୍ର ହୋଇ ରହିବ। ଯେଉଁ ମୁହୂର୍ତ୍ତରେ ମୁଁ ତୁମକୁ କୋଳକୁ ନେଲି ସେତେବେଳେ ତୁମର ଗରମ ନିଃଶ୍ୱାସ ଅନୁଭବ କଲି। ତୁମର ସୁନ୍ଦର ଆଖି ଦେଖିଲି, ମୁଁ ଜାଣିଲି ତୁମକୁ ସବୁଦିନ ପାଇଁ ଭଲପାଇବି। ତୁମେ ମୋର ପ୍ରଥମ ସନ୍ତାନ, ମୋର ପ୍ରଥମ ପୁଅ। ’

ସେ ଆହୁରି ଲେଖିଛନ୍ତି, ‘ଆଗାମୀ ବର୍ଷରେ, ମୁଁ ତୁମକୁ ସବୁକିଛି ଶିଖାଇବା ପାଇଁ ଚେଷ୍ଟା କରିବି, କିନ୍ତୁ ତୁମେ ମୋତେ ବହୁତ କିଛି ଶିଖାଇ ସାରିଛ। ତୁମେ ମୋତେ ଶିଖାଇଲ ଯେ, ମା ହେବା କ’ଣ ଅଟେ। ତୁମେ ମୋତେ ନିଃସ୍ବାର୍ଥପର ଭାବରେ ଭଲ ପାଇବା ଶିଖାଇଛ। ତୁମେ ମୋତେ ଶିଖାଇଦେଲ ଯେ, ମୋ ଦେହ ବାହାରେ ମୋ ହୃଦୟର ଏକ ଖଣ୍ଡ ରହିବା ମଧ୍ୟ ସମ୍ଭବ। ଯଦିଓ ଏହା ଭୟାନକ, କିନ୍ତୁ ଏହା ଏକ ସୁନ୍ଦର ଅନୁଭୂତି’।

Share