ଏହି ଅଭିନେତ୍ରୀଙ୍କ ସେକ୍ସ ର଼୍ୟାକେଟରେ ଯୋଡି ହୋଇଥିଲା ନାଁ : ଆପତ୍ତିଜନକ ଅବସ୍ଥାରେ ଗିରଫ କରିଥିଲା ପୋଲିସ

ଓଜନ ହ୍ରାସ ପାଇଁ କ’ଣ ଠିକ୍‌ ପଦକ୍ଷେପ ତାହା କେତେକ ଲୋକ ଜାଣନ୍ତି ନାହିଁ। ଯଦି କେହି ସଂପୂର୍ଣ୍ଣ ମଦ୍ୟପାନ ଛାଡିଦିଅନ୍ତି, ତେବେ କେତେକ ଯୋଗ କରି ଓଜନ ହ୍ରାସ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଅନେକ ଲୋକ ବିଶେଷକରି ଅଭିନେତ୍ରୀମାନେ କେଟୋ ଡାଏଟ କରି ଓଜନ ହ୍ରାସ କରିବାକୁ ଚେଷ୍ଟା କରନ୍ତି। ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁୁ, ଯିଏ କେଟୋ ଡାଏଟ ଯୋଗୁ ମୃତ୍ୟୁବରଣ କରିଥିଲେ ।

କେଟୋ ଡାଏଟ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ । ଏହି ଖାଦ୍ୟରେ ଶରୀର ଶକ୍ତି ପାଇଁ ଚର୍ବି ଉପରେ ନିର୍ଭର କରେ । ଏଥିରେ କାର୍ବୋହାଇଡ୍ରେଟ ଗୁଡିକ ବହୁତ କମ ଏବଂ ପ୍ରୋଟିନ ନିୟନ୍ତ୍ରିତ ପରିମାଣରେ ଦିଆଯାଏ।

ବଲିଉଡ ଏବଂ ବଙ୍ଗୀୟ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ୨୭ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସେ ଦୀର୍ଘ ସମୟ ଧରି କିଡ୍‌ନୀ ସମସ୍ୟା ସହ ସଂଘର୍ଷ କରିଆସୁଥିଲେ। କିଡନୀ ଫେଲ ହେତୁ ତାଙ୍କର ମୃତ୍ୟୁ ଘଟିଥିଲା। କିଡ୍‌ନୀ ବିଫଳ ହେବାର କାରଣ କେଟୋ ଡାଏଟ ବୋଲି ଦର୍ଶାଯାଇଥିଲା। ତାଙ୍କ ପ୍ରକୃତ ନାମ ଥିଲା ଇନ୍ଦ୍ରାଣୀ ଚକ୍ରବର୍ତ୍ତୀ । ମିଷ୍ଟି ୨୦୧୪ରେ ଏକ ସେକ୍ସ ର଼୍ୟାକେଟ ଚଳାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ଘରୁ ଅନେକ ଲିଡ ଏବଂ ଭିଡିଓ ଟେପ୍‌ ମିଳିଥିଲା। ତାଙ୍କ ଘରେ ଚଢ଼ାଉ ହୋଇଥିଲା। ଏପରିକି ପୋଲିସ ତାଙ୍କୁ ଆପତ୍ତିଜନକ ଅବସ୍ଥାରେ ଗିରଫ କରିଥିଲା।

Share