୪୦ ବର୍ଷରେ ଚାଲିଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ଉମା ମହେଶ୍ୱରୀଙ୍କ ୪୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ‘ମିଟି ଅଲି’ ନାମକ ଏକ ଶୋ’ରୁ ସେ ସୁଖ୍ୟାତି ଅର୍ଜନ କରିଥିଲେ। ଏହି ଅଭିନେତ୍ରୀ ଏତେ କମ୍‌ ବୟସରେ ଚାଲିଯିବା ସିନେପ୍ରେମୀଙ୍କୁ ମର୍ମାହତ କରିଛି। କିଛି ଦିନ ହେବ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିଲା। ସୋମବାର ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଅସହଜ ଅନୁଭବ କରିବା ସହ ହଠାତ୍‌ ତଳେ ପଡ଼ିଯାଇଥିଲେ। ପରେ ଡାକ୍ତରଖାନା ନେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଉମାଙ୍କ ମା’ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶାନ୍ତି ଓ୍ବିଲିୟମ୍ସ ଏନେଇ ଦୁଃଖ ପ୍ରକାଶ କରିବା ସହ ଉମା ମୋର ଝିଅ ପରି ଥିଲା। ତା’ର ମୃତ୍ୟୁ ସମ୍ପର୍କରେ ଶୁଣି ମୁଁ ହତବାକ। ଈଶ୍ବର ଏତେ କମ୍‌ ବୟସରୁ କାହିଁକି କାହାକୁ ନେଇ ଯାଆନ୍ତି ମୁଁ ଜାଣି ପାରେନି। ଏମିତି ଘଟଣା ଦେଖିଲେ ଭଗବାନଙ୍କ ଉପରୁ ବିଶ୍ୱାସ ଆମର ତୁଟି ଯାଉଛି। ଏତେ ନିଷ୍ଠୁର ହୁଅନି ପ୍ରଭୁ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି।

Share