ଅଙ୍ଗରକ୍ଷୀଙ୍କୁ ମୋଟା ଅଙ୍କର ଦରମା ଦେଇଥାନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ହେଉ କି ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ସେଲିବ୍ରିଟି ହେବା ବଡ଼ କଥା। ପ୍ରତ୍ୟେକ ଜିନିଷର ଦାମ୍‌ ଜଣେ ଷ୍ଟାରଙ୍କୁ ହିଁ ନିର୍ଣ୍ଣୟ କରିବାକୁ ପଡ଼ିଥାଏ। ସାଧାରଣତଃ ସେଲିବ୍ରିଟିମାନଙ୍କର ଲକ୍ଷାଧିକ ପ୍ରଶଂସକ। ଏହି କାରଣରୁ ବାହାରକୁ ବାହାରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼େ। ଏଣୁ ସେଲିବ୍ରିଟିମାନେ ନିଜର ସୁରକ୍ଷା ଏବଂ ପ୍ରଶଂସକଙ୍କଠାରୁ ନିସ୍ତାର ପାଇବା ପାଇଁ ବଡିଗାର୍ଡ ବା ଅଙ୍ଗରକ୍ଷୀଙ୍କ ସାହାଯ୍ୟ ନେଇଥାନ୍ତି। ଏଥିପାଇଁ ସେଲିବ୍ରିଟିମାନେ ମୋଟା ଅଙ୍କର ଅର୍ଥ ବ୍ୟୟ କରିଥାନ୍ତି।

ଏମିତି ଜଣେ ହଲିଉଡ୍‌ ଅଭିନେତ୍ରୀ ହେଉଛନ୍ତି ରିହାନା। ଆମେରିକାର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ତାଙ୍କର ବହୁତ ନାଁ ରହିଛି। ସେ ଯେତେବେଳେ ବି ବାହାରକୁ ବାହାରନ୍ତି ତାଙ୍କ ଚତୁଃପାର୍ଶ୍ୱରେ ସୁରକ୍ଷାକର୍ମୀ ଦଳ ରହିଥାନ୍ତି। ରିହାନା ତାଙ୍କ ଅଙ୍ଗରକ୍ଷୀଙ୍କ ପାଇଁ ବର୍ଷକୁ ୫୦୦,୦୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୩ କୋଟି ୬୩ ଲକ୍ଷ ୪୪ ହଜାର ୬୨୫ ଟଙ୍କା ଖର୍ଚ୍ଚ କରିଥାନ୍ତି।

ସେହିପରି ହଲିଉଡ୍‌ ଅଭିନେତ୍ରୀ ଜେନିଫର ଆନିଷ୍ଟନ୍‌, କାୟଲି ଜେନର, ଜେନିଫର ଲୋପେଜ ପ୍ରମୁଖ ନିଜର ଅଙ୍ଗରକ୍ଷୀଙ୍କୁ ମୋଟା ଅଙ୍କର ଦରମା ଦେଇଥାନ୍ତି।

Share